STORYMIRROR

Sunanda Mohanty

Abstract Inspirational Children

4  

Sunanda Mohanty

Abstract Inspirational Children

ଶିଶୁ

ଶିଶୁ

1 min
333


ପୁତ୍ର ଅବା କନ୍ୟା ଶିଶୁ ସବୁରି ପ୍ରିୟ 

ଜନମିଲେ ଘରେ ହୁଅଇ ଜୟ ।


କନ୍ୟା ଶିଶୁ ମାଆ ଲଷ୍ମୀଙ୍କର ପ୍ରତୀକ 

ଅନୁଭବ କରନ୍ତୁ ଜଗତଯାକ ।


କନ୍ୟା ଭୃଣ ହତ୍ୟା ପରି ଦୋଷ 

ବିସର୍ଜ୍ଜନ ସଦା ଅବଶ୍ୟ ।


କନ୍ୟା ଅଟେ ମା'ର ଚିର ସହଚରୀ 

ପିତାଙ୍କର ରାଜକୁମାରୀ ।


ଅଳି ଅଝଟ ତା ଅମୂଲ ମୂଲ

ଶିଶୁ ଓଠେ ହସର ମହୁଲ ଫୁଲ ।


ଗୁଲୁଗୁଲୁ ତାର ଦରୋଟି କଥା 

ଶୁଣିଲେ ଲାଘବ ହୁଅଇ ବ୍ୟଥା ।


ଶିଶୁ ଶିକ୍ଷା ପାଇଁ ଯତ୍ନବାନ 

ହେଲେ ଭବିଷ୍ୟତ ସୁଗମ ।


ଶିଶୁ ଶ୍ଵାସ୍ଥ୍ୟରକ୍ଷା ନିହାତି ଆବଶ୍ୟକ 

ଋତୁ ଅନୁଯାୟୀ ଯେଣୁ ରୋଗ ଅନେକ ।


ଶିଶୁ ହସିଲେ ଦୁନିଆଁ ହସେ 

ଲିଙ୍ଗଗତ ପାର୍ଥକ୍ୟ ନଦିଶେ ।


ନକରିବା କେବେ ପାତର ଅନ୍ତର 

ଦୁହେଁ ଦୁଇ କଳୀ ଗୋଟିଏ ବୃନ୍ତର ।


ପୁଅ ଅବା ଝିଅ କନ୍ୟା ସନ୍ତାନ 

ରଖିବେ ପରିବାର ଦେଶ ଜାତି ସମ୍ମାନ ।


ଶିଶୁ ସୁରକ୍ଷାର ସ୍ଲୋଗାନ ଦେଇ 

ଚାଲ ଯିବା ସର୍ବେ ଏକାଠି ଗାଇ ।



Rate this content
Log in

Similar oriya poem from Abstract