Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Inspirational Children

4.0  

Amit Bal

Inspirational Children

ଶିଶୁ

ଶିଶୁ

1 min
231


ଶିଶୁ ଗୋଟେ ରଙ୍ଗଣୀ ଫୁଲର ମନ କଥା

       ଅବୁଝା ଭାଷାରେ ସୁନେଲୀ ସ୍ୱପ୍ନର ଗାଥା

ପ୍ରୀତିର ମହୀରେ ଅଭୁଲା ତିଥିର ସ୍ମୃତି

     ପ୍ରେମର ଆକାଶେ ଜ୍ୟୋତ୍ସ୍ନାଭିଜା ଏକ ରାତି ,


ନିରୀହ ପଣର ଛଳ ଛଳ ଯୋଡେ ଆଖି

     ଯେତେ ଦେଖିଲେ ବି ଆଖି ରହେ ଯହିଁ ଲାଖି

ବିଶ୍ୱାସର ପଦ୍ମ, ଦୂର କେଉଁ ସରସୀର ,

       ସଂଘର୍ଷରେ ଭରା ଭବିଷ୍ୟତ ଅଟେ ଯାର , 


 ସେ ସହସ୍ର ସୂର୍ଯ୍ୟର ଅନ୍ଧାରେ ଆବାହନୀ

          ବର୍ତ୍ତମାନରେ ଭବିଷ୍ୟତର ପ୍ରତିଧ୍ୱନୀ

ନବରାତ୍ରୀରେ ଚିରନ୍ତନ ସେ ନବରୂପ

         ଖରା ବର୍ଷାରେ ଈନ୍ଦ୍ରଧନୁର ମିଠା ଛାପ ,


ଶୂନ୍ୟତାରେ ନିକ୍ଷେପିତ ଶବ୍ଦଭେଦୀ ବାଣ

          ସୁର ତାଳ ଲୟରେ ଭରା ଆପଣପଣ

ସୂକ୍ଷ୍ମ ଭାବନାର ଈଶ୍ୱରୀୟ ଅବତାର

         ବାସ୍ନାୟିତ ଫୁଲଟେ ରଙ୍ଗହରା ଋତୁର ,


ହୃଦୟରୁ ନୀତି ବାଣ୍ଟି ଚାଲେ ପ୍ରେମ ପ୍ରୀତି

         ନିର୍ମମ ନିଦାଘର ଝରା ମେଘ ଯେମିତି

ଦିଏ ଆଜନ୍ମ ଶାଶ୍ୱତ ଭଲପାଇବା ସେ ,

        ତା ହସ ,ସତେ କବିତାର ଅନନ୍ୟ ପଂକ୍ତି ।

        

          

           



Rate this content
Log in

Similar oriya poem from Inspirational