ଶିଶୁ
ଶିଶୁ


ଶିଶୁ ରାଇଜରେ
ଗଢିଵି ମନ୍ଦିର
ପୂଜିବି ଦିଅଁଟେ
ଶିଶୁ ପ୍ରତିମାର ,
ସ୍ନେହ ମମତାର
ବଗିଚା କରିକି
ଫୁଟାଇବା ଫୁଲ
ଶିଶୁ ଓଠ ଧାରେ ,
ତା' କଅଁଳ ପରଶେ
ଛୁଆଁଇବା ନାହିଁ କଣ୍ଟା
ନିଷ୍ଠାପର ହୃଦୟରେ
ଦେବା ନାହିଁ ବାଧା ।
ସ୍ନେହ ତ୍ୟାଗ ଧର୍ମ
ଦୟା ଭକ୍ତି ସଂଯମ
ମିତଵ୍ୟୟୀ ସଦଭାଵ
ଭାବଭରା ବିନିମୟ
ପୁଣି ଶୁଦ୍ଧପୂତ କରମ ।
ସଂସ୍କାରକ ହେବା
ସବୁ ବାର୍ତ୍ତା ଦେଇ
ଚରିତ୍ର ଧନକୁ
ଉଜ୍ଜ୍ୱଳ କରାଇ,
ଚେଷ୍ଟିବି ସତତ
ଜାଳି ନିଜ ସ୍ୱାର୍ଥ
ଆଜିର ଶିଶୁ ଯେ
କାଲି ଜଗତର ନାଥ ।