ଶିଶୁ
ଶିଶୁ
ଟିକି ଟିକି ଶିଶୁ ଆମେ ଧରା ଉପବନେ
କଳି ପରି ଫୁଟି ଶୋଭା ପାଉ ପ୍ରତି କ୍ଷଣେ ।
ଆପଣା ର ଶିକ୍ଷା ଦୀକ୍ଷା ଘେନିଣ ଜୀବନ
ଆରମ୍ଭ ପାଇଁ କି ନିତି କରୁଛୁ ପ୍ରଯତ୍ନ ।
ବଡ ଲୋକ ଗୁଣ କାମ ଆଉ ଲୋକାଚାର
ଚାହିଁ ନିତି ଶିଖିବା ରେ ଆମେ ଅଗ୍ରସର ।
ହୋଇ ଥାଉ ଆମେ ସବୁ ଯେତେ ଟିକି ଶିଶୁ
ଅନୁକରଣ ରେ ନିଜ ପ୍ରତିଭା ବିକାଶୁ ।
ଦକ୍ଷତା ହାସଲ କରି କରୁ ନିତି ଶ୍ରମ
ପ୍ରତ୍ୟେକ ମୁହୂର୍ତ୍ତ ଆମ ପାଇଁ ମୂଲ୍ୟବାନ।
ହସ ରସ ହାବ , ଭାବ ଭଙ୍ଗୀମା ଇତ୍ୟାଦି
ବଡ ଲୋକ ଠାରୁ ଅନୁ କରଣ ରେ ଶିଖି ।
ବଡ ଲୋକ ଙ୍କର କଥା କହିବା ର ଚାହିଁ
ଆମେ ମାନେ କଥା କହିବାର ଶିଖି ଥାଇ ।
ନାଚ , ଖେଳ , ଗୀତ, କେତେ ଆଦର ସଦ୍ଭାବ
ବଡ ଲୋକ ଠାରୁ ଆମେ କରୁ ଥାଉ ଲାଭ ।
ନାନା କାମ କରି ଶିଖି। ଆନନ୍ଦ ଯୋଗାଇ
ଶାନ୍ତିର ଉଦ୍ୟମ କରି ଆହ୍ଲାଦ ଯୋଗାଇ ।
6
ହରଷ ବଦନେ କରୁ ଥାଉ ନାନା ମତେ
ଦୁଃଖ ଶୋକ ତାପ ସାଥେ ଲଢ଼ୁ ଧଯ୍ୟେ ନିତ୍ୟେ ।
