STORYMIRROR

Madhabi Patel

Children

3  

Madhabi Patel

Children

ଶିଶୁ

ଶିଶୁ

1 min
204


ଉଠରେ ଶିଶୁ ହୁଅ ପ୍ରଦୀପ୍ତ

ଚାହିଁଛି ତତେ ଭବିଷ୍ୟତ।

ତୋରି ଭିତରେ ରାମ ରାଜ୍ୟର

ସ୍ୱପ୍ନ ଦେଖେ ଏ ଭାରତ।


ସୁଷୁପ୍ତ ଅଛି କେତେ ପ୍ରତିଭା

ତୋରି ଭିତରେ ହୋଇ ସୁପ୍ତ।

ପ୍ରକାଶ ଯେବେ ବିକାଶ ହେବ

ଜ୍ଞାନଗୁଣରେ ତେଜୋଦୀପ୍ତ।


ହସିବ ଧରା ନଥିବ କାରା

ସୁନା ଫଳିବ ଏ ଭାରତ।

ଶାନ୍ତି ମୈତ୍ରୀ ପ୍ରତିଷ୍ଠାହେବ

ଭାରତ ହେବ ତୋ ଉନ୍ନତ।


ଅମୃତ ଶିଶୁ ନିଷ୍କପଟ ହୃଦୟ

ଭଗବାନଙ୍କ ଅତିପ୍ରିୟ।

ମିଥ୍ୟା ଛନ୍ଦ ଛୁଇଁନଥାଏ

ଜୀବନ ତୋର ମଧୁମୟ।


ମାତୃ ସ୍ନେହର ପଣତ ତଳେ

ସଂସାର ତୋର ସୁରକ୍ଷିତ।

ତୋ ମିଠାହସେ ଝରେ ଅମୃତ

ଶତ୍ରୁ ହୁଏରେ ପରାହତ।


ସରଳ ମନେ ଅସୀମ ଜିଜ୍ଞାସା

ଭଣ୍ଡୁଥାଏରେ ପ୍ରତିକ୍ଷଣ।

ଅନୁକରଣ ତୋର ବେଭାର

ଦେଖିଦେଖି ତୋ ବଢେ ଜ୍ଞାନ।


ଶିଶୁ ଚାରା ତୁ ଉତ୍ତମ ଜ୍ଞାନର

କରିପାରିଲେ ସଂଯୋଗ।

ବଟବୃକ୍ଷ ପରି ବିସ୍ତାରି ଶାଖା

ଦେଇପାରିବୁ ସହଯୋଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children