STORYMIRROR

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ଶିଶୁ ସଂସାର

ଶିଶୁ ସଂସାର

1 min
202


ଆଜିର ଶିଶୁ ଗଢ଼ିବ ଆମ

ଭାରତ ଭାଗ୍ୟ ଭବିଷ୍ୟତ

ସୁଖ ସମୃଦ୍ଧି ଶିକ୍ଷା ପ୍ରଗତି

ପ୍ରତି ପ୍ରାଣେ ହୋଇବ ଜାଗ୍ରତ !!


ଶିଶୁ ସରଳ ନିଷ୍ପାପ ହୃଦ

ଈଶ୍ୱର ପ୍ରାୟ ପ୍ରତିରୂପ

ଶରୀର ମନୋବଳ ବିକାଶ

କୋମଳମତି ମାନବ ସ୍ୱରୂପ !!


ପଢ଼ିବ ବଢିବ ହସି ହସାଇବ

ବିଶ୍ୱେ ସମାଜର ପ୍ରତିଛବି

ନୂତନ ଆଲୋକେ ହେବ 

ଉଦ୍ଭାସିତ ଗଗନ ରେ ରବି !!


ସମନ୍ଵିତ ଶିଶୁ ସୁରକ୍ଷା ଶିକ୍ଷା

ପ୍ରତି ଭାରତୀୟ ନେଉ ଏ ଦିକ୍ଷା !!


ଶିଶୁ ସ୍ୱାସ୍ଥ୍ୟ ପୁଣି ଶିଶୁ ଅଧିକାର

ସଚେତନ ବାର୍ତ୍ତା ହେଉ ପ୍ରଚାର

ସଫଳ ହୋଇବ ଶିଶୁ ସଂସାର

ପ୍ରତି ଯୋଜନାର ପୂର୍ଣ୍ଣ ବ୍ୟବହାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action