STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
262

ଦେଵ ତୁଲ୍ୟ ଅଟେ କଅଁଳ ଶିଶୁଟି

ନିଷ୍ପାପ ତାହାର ମନ

ହୃଦେ ତା'ର ନାହିଁ ଛନ୍ଦ କି କପଟ

ସ୍ନେହ ଖୋଜେ ରାତି ଦିନ।


ଆଜି ଶିଶୁ ଯିଏ କାଲି ନାଗରିକ

ଆଗାମୀର ଭବିଷ୍ୟତ

ତା ହାତରେ ବନ୍ଧା ଦେଶର ସୁରକ୍ଷା

ଦେଶ କରେ ଉଜ୍ଜ୍ୱଳିତ।


କିନ୍ତୁ ସେହି ଶିଶୁ ଵଳି ପଡେ ଆଜି

କର୍ତ୍ତବ୍ୟର ଦ୍ୱାହି ଦେଇ

ଫୁଟିବା ଆଗରୁ ଝଡ଼ି ପଡ଼େ ସେହି

ପ୍ରସ୍ଫୁଟିତ ହୁଏ ନାହିଁ।


ଅର୍ଥର ଅଭାବ ସାଜଇ ବାଧକ

ଶିଶୁର ଯେ ଚଲାପଥେ

ପେଟ ଖଣ୍ଡେ ପାଇଁ ବୁଲେ ବାର ଦ୍ୱାର

ଅନ୍ୟ ଆଗେ ହାତ ପାତେ।


କେତେବେଳେ ତା'ର ମୁଣ୍ଡରେ ବୋଝେଇ

ପୁଣି ସେ ମାଜେ ଵାସନ 

ଆଉ କେତେବେଳେ ଅଇଁଠା ଗୋଟାଏ

ରାସ୍ତାକଡ଼େ ଖଟେ ଦାଦନ।


ସମୟ ସ୍ରୋତରେ ସାଜଇ ଶ୍ରମିକ

ପୁଣି କରେ ଭିକ୍ଷା ବୃତ୍ତି

ପରିସ୍ଥିତି ହୁଏ ଚୋରି କରିବାକୁ

ପଶିଥାଏ ଗଳିକନ୍ଦି।


ବାଧ୍ୟ ଵାଧକତାରେ ଏ ଦେଶ ଶିଶୁ

କରିଥାଏ ଏହି କାମ

ଦେଶର ସମୃଦ୍ଧ ହେବ ନାହିଁ ତେବେ

ସଂଘର୍ଷ ହେଲେ ଜୀବନ।


ତେଣୁ ଶିଶୁ ପରି କଅଁଳ କଳିକୁ

ପୟରେ ଦଳି ନ ଦିଅ

ପ୍ରସ୍ଫୁଟିତ ସହ ସୁବାସିତ ହୋଇ

ଚହଟିବ ମହମହ।


ଶିଶୁ ଶ୍ରମିକର ଏହି ସମସ୍ୟାକୁ

ନ କରିଲେ ସମାଧାନ

ଦେଶର ଭବିଷ୍ୟ ଅନ୍ଧକାର ହେବ

ଅଧା ରହିଯିବ ସ୍ୱପ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy