STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶିଶୁ ହସିଲେ

ଶିଶୁ ହସିଲେ

1 min
278

ଶିଶୁ ଯଦି ହସେ ଜଗତ ହସେ

ଶିଶୁର ହସରେ ମଧୁ ବରଷେ।


ଶିଶୁର ହୃଦୟ ଭାରି କୋମଳ

ମନ ତା ଆକାଶ ପରି ନିର୍ମଳ।


ଅତି ଖୁସି ଲାଗେ ଶିଶୁଙ୍କ ବୋଲି

ସେ ମଧୁର କଥା ନ ହୁଏ ଭୁଲି ।


ଠୁକୁ ଠୁକୁ ଚାଲି ଭାରି ସୁନ୍ଦର

ମନ ଜିଣି ନିଏ କଥା ତାହାର ।


ଉପବନେ ହସେ ଫୁଲ ଯେପରି

ଶିଶୁଙ୍କ ହସଟି ଲାଗେ ସେପରି ।


ନିର୍ମାୟା ନିର୍ଲୋଭ ନିରହଙ୍କାର

ଶିଶୁଙ୍କର ମନ ଏହି ପ୍ରକାର ।


ଶିଶୁ ମୁହଁ ହସ ଦେଖିଲେ ଥରେ

ସବୁ ଦୁଃଖ ଶୋକ ପଳାଏ ଦୂରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational