STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଶିଶୁ ଦିବସ ର ଅନୁଚିନ୍ତା,

ଶିଶୁ ଦିବସ ର ଅନୁଚିନ୍ତା,

1 min
704


ଆମେ ଯେତେ ଶିଶୁ ବିଶ୍ଵ ବଗିଚାରେ

  ଫୁଟି ଅଛୁ ଆମେ ଫୁଟି ଅଛୁ

ଆମରି ସୁଗୁଣ ଆମ ସୌରଭେ ରେ

 ସାରା ଜଗତ କୁ ମୋହୁ ଅଛୁ।


ଆମରି ହସରେ ଜଗତ ହସଇ

  ପ୍ରତି ପ୍ରାଣ ଉଠେ ଭରି

ଆମରି ହସରେ ଦୁଃଖିର ମନ ରୁ

  ଦୁଃଖ ଯାଏ ଅପସରି।


ଆମେ ଶିଶୁ ବୋଲି ଆମ ପାଇଁ ଆଜି

  ଶିଶୁ ଦିବସ ପାଳିତ

କେତେ ଯେ ଉତ୍ସବ କେତେ ନାଚ ଗୀତ

  କେଉଁଠି କବିତା ପାଠ।


ଆଜିର ଦୁନିଆ ଭାରି ସ୍ୱାର୍ଥପର

 ଉତ୍ସବ ପାଳେ ନାମକୁ

ରାଜ ଦାଣ୍ଡେ କେତେ ଅନାଥ ଶିଶୁ ଏ

  ନିନ୍ଦୁ ଛନ୍ତି କପାଳ କୁ।


ଯେଉଁ ଦିନ ସବୁ ଶିଶୁଙ୍କ ମୁହଁରେ

  ଫୁଟାଇ ପାରିବା ହସ

ସେ ଦିନ ଜାଣିବା ଉତ୍ସବ ପାଳନ

  ହୋଇବ ଆମ ସାର୍ଥକ।


ଏକ ସଙ୍ଗେ ସବୁ ଶିଶୁ ଗାଉ ଥିବେ

 ନାଚୁ ଥିବେ ଏକ ତାଳେ

ସେ ଦିନ ଜାଣିବା ଶିଶୁ ଦିବସ 

  ମୂଲ୍ୟ ବୁଝିବେ ସକଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational