STORYMIRROR

ABADHOOT PANDA

Classics Children

3  

ABADHOOT PANDA

Classics Children

ଶିଶୁ ବନାମ ପରମାତ୍ମା

ଶିଶୁ ବନାମ ପରମାତ୍ମା

1 min
201

ପ୍ରତି ଶିଶୁ ରୂପେ ଆମେ ଦେଖୁ ବାଳକୃଷ୍ଣ।

 ପ୍ରତି ନବ ଦମ୍ପତି ମଧ୍ଯେ ଦେଖୁ ଦେବକୀବାସୁଦେବଙ୍କ କଷ୍ଟ।

 କଂସ ରୂପେ ପ୍ରତୀୟମାନ ହୁଅନ୍ତି ଅବିବେକୀ ଆତତାୟୀ ମଣିଷ।ସଂତପ୍ତ କରନ୍ତି ସଦା ସାଧୁଜନେ ମନେ ରଖି କଳ୍ମଷ।

 ଯୁଗେ ଯୁଗେ ହରି ଧରିଛନ୍ତି ନାନା ଅବତାର।ବଧି ସର୍ବ ଦୁଷ୍ଟଗଣେ ସାଧୁଜନେ କରିଛନ୍ତି ତାରଣ।

ଦ୍ୱାପରାନ୍ତେ କଳିଯୁଗେ ଧରି ଦାରୁବ୍ରହ୍ମ ଅବତାର। ନୀରବ ଦ୍ରଷ୍ତା ସାଜି ଠାକୁରେ ଦେଖନ୍ତି କୁଲୀଳା କଳିଯୁଗିଆ ନରାଧମଙ୍କର।ଲୁଚାଇ ରଖିଛନ୍ତି ନିଜ ବାର ହାତ ଖଡ଼ଗ ଛେଦିବାକୁ ଆତତାୟୀ ଶିର।

ମାତ୍ର ଅପେକ୍ଷାରତ ପ୍ରଭୁ ସେ ଭାବୁଛନ୍ତି ଅଚ୍ଯୁତାନନ୍ଦ ଗିର।

 ନିଶ୍ଚୟ ରଚିବେ ଯୁଗାନ୍ତେ ପ୍ରଭୁ ଧରାଧାମେ ସତ୍ୟର ନିବାସ।

 ବସିବେ ସତ୍ୟରତ୍ନ ସିଂହାସନେ କରି କଳିକୁ ଗ୍ରାସ।ଅପେକ୍ଷା କରିଛୁ ଆମେ କରୁଛୁ ପ୍ରାର୍ଥନା।

 ଧନ ଜନ ଗୋପ ଲକ୍ଷ୍ମୀ ରେ ପୁରି ଉଠୁ ଘର ଆମ ଜାଗୁ ଅଧ୍ୟାତ୍ମ ଚେତନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics