STORYMIRROR

Debadatta Jena

Abstract Inspirational Thriller

3  

Debadatta Jena

Abstract Inspirational Thriller

ଶିଳାପଦ୍ମ..

ଶିଳାପଦ୍ମ..

1 min
319


କିଏ କହେ ସେହି ଅଥର୍ବ ପଥର, 


କିଏ କହେ ରତ୍ନ ଶିଳା, 


ଦୁର୍ମୁଲ୍ୟ ଅଟଇ ସେ ରତ୍ନ ଖଚିତ, 


ଅବା କର୍ଦ୍ଧମାକ୍ତ ଶିଳା..!


ଶିଳାରୁ ଶିବ ହେବା ଭାଗ୍ୟର କଥା, 


ଶିଳା ପୁଣି କେବେ 


ଦେବୀ ଯେ ବନନ୍ତି, 


ପଥରରୁ ଶାଳଗ୍ରାମ ସେ ହୋଇ 


ସାଜନ୍ତି ମୁକୁତା ମାଳା, 


ଅବା କେଉଁ ଅଶରିରୀ ମାୟା ମୋହ 


ପାଇଁ ରଂଗ ଶାଳା 


ପୁଣି ପାନ୍ଥଶାଳା, 


ମୁଁ ଦେଖୁଚି ସେଇ ପଥର ଦେହରେ 


ଶିଳା ପଦ୍ମର ମୂଖ ଶାଳା..!


ହୋଇ ପାରେ ଭଗ୍ନ 


ବିଭାଜିତ ପୁଣି ଦଗ୍ଧୀଭୂତ ଭଗ୍ନ ଶିଳା, 


ମୁଗୁନି ପଥର,ଅବା ନିହାଣର 


ନିଖୁଣ ସ୍ପର୍ଶରେ ଅବା, 


ସୃଜନ ଶିଳ୍ପୀର ଶିଳ୍ପ ଚାତୁରୀରେ 


ସାଜଇ ଦେବୀ ପ୍ରତିମା, 


ଅବା କେଉଁ ଦେବୀ ନିଜେ 


ନିଜକୁ ଗଢନ୍ତି, ରୁଦ୍ରାକ୍ଷ ରୁଦ୍ରାଣୀ 


ଅସମ୍ଭବ ରୁକ୍ଷ ଶିଳା..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract