Sagar Kumar Parida

Inspirational

4  

Sagar Kumar Parida

Inspirational

ଶିକ୍ଷକଙ୍କ ଦୟା

ଶିକ୍ଷକଙ୍କ ଦୟା

1 min
264


ଜୀବନର ପ୍ରତିଟି ପାଦରେ

ଆଗକୁ ବଢ଼ିଲା ବେଳେ

ଯେଉଁ ଗୁରୁଙ୍କର କଥା

ଭାରି ମନେପଡେ,

ସେ ହେଉଛନ୍ତି ଆପଣ

ମୋ ପାଇଁ ବ୍ରହ୍ମା,ଵିଷ୍ଣୁ, ମହେଶ୍ୱର।।


ଜାଣି ନ ଥିଲି ମୁଁ ସଂସାରକୁ ଯେବେ

ଶିଖି ନଥିଲି ପ୍ରଥମ ଅକ୍ଷର

ହାତ ଧରି ମୋତେ ଜ୍ଞାନ ଶିଖାଇଲ

ହେ ନମସ୍ୟ ଗୁରୁ ଆପଣ ମୋର।।


ତୁମରି ଆଦର୍ଶ ତୁମରି ସଂସ୍କାର

ମନ ମଧ୍ୟେ ମୋର ଘର କରିଛି

ସେହି ସମ୍ପତ୍ତିକୁ ପ୍ରାଥେୟ କରି ମୁଁ

ସଂସାର ବାଟରେ ପାଦ କାଢ଼ିଛି।।


କେତେ ନୂଆ ନୂଆ କଥା ଶିଖାଇଲ

ମାଟିକୁ ତିଆରି ମାଠିଆ କରିଲ

ଜୀବନ ଯୁଦ୍ଧରେ ନ ହାରିବା ପାଇଁ

କେତେ ସୂତ୍ରମାନ ଥିଲ ହେ ଶିଖାଇ।।


ହେ ଶିକ୍ଷକ ତୁମ ପଦରେ ପ୍ରଣାମ

ଆର୍ଶୀବାଦ କୃପା ଦୃଷ୍ଟିରେ ମୋତେ

ଆଗକୁ ଆଗକୁ ଚାଲିବା ପାଇଁକି

ସାହା ହେବ ତାହା ଜୀବନ ଯୁଦ୍ଧେ।।



Rate this content
Log in

Similar oriya poem from Inspirational