ଶିକ୍ଷିତ ବୋଲି ମୁଁ
ଶିକ୍ଷିତ ବୋଲି ମୁଁ
ଶିକ୍ଷିତ ବୋଲି ମୁଁ ଆଣିଲି ବୋହୂକୁ
ଘର ଚଳାଇବ ମୋର
ଟାଉନ୍ ଭିତରେ ବଡ ହୋଇଅଛି
ଦେଖିବାକୁ ବି ସୁନ୍ଦର ।
ଆନନ୍ଦରେ ଘରେ ଲକ୍ଷ୍ମୀ ବୋଲି ଆଣି
ସବୁ ସମର୍ପିଲି ତାକୁ
ଗୋଟିଏ ପୁଅ ମୋ ବୋହୂ ହୋଇ ମୋର
ଆସିଛି ଝିଅ ଘରକୁ ।
ଦିନେ କି ଦି ଦିନ ହୋଇଛି ବୋହୂକୁ
ଆରମ୍ଭ କଲା ତା' ରଙ୍ଗ
ମୋଟି ହୋଇଗଲି ବୋଲି ସିଏ କହି
ବଦଳିଲା ରଙ୍ଗ ଢ଼ଙ୍ଗ ।
ଘରକାମ ଛାଡ଼ି ସକାଳରୁ ଉଠି
ଚାଲିବାକୁ ଗଲା ନୀତି
ଶାଶୁ ସାରେ ଯେବେ ଘର କାମ ସବୁ
ବୋହୂ ପ୍ରବେଶ କରନ୍ତି ।
ଜିମ୍ ଯିବାପାଇଁ ଆଗ୍ରହ କରିକି
ଜିମ୍ ପୁଣି ଚାଲିଗଲା
ବିଚାରି ଶାଶୁ ମା ଭାଗ୍ୟକୁ ଆଦରି
ନିଜ ଘର ସମ୍ଭାଳିଲା ।
ବିନା ଜିମ୍ ଯାଇ ହୃଷ୍ଟପୃଷ୍ଟ ମୁହିଁ
କି ଦ୍ୱିଧା ଅଛି କି ମୋର
କହୁଅଛି ଆଜି ଶାଶୁ ମାଆ ତା'ର
ରାଗରେ ପିଟୁଛି ଶିର।
