STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ଶିକ୍ଷା ସଚେତନ

ଶିକ୍ଷା ସଚେତନ

1 min
173


ଆମେ ବଣ ମୁଲକର ତାରକା ସବୁ

ଆମେ ପଢ଼ିବୁ ଆମେ ବଢିବୁ ଆଗେଇ ଯିବୁ ।।

ଆମେ ଗଢ଼ିବୁ ନୂଆ ଦୁନିଆ ଆମ

ଅନୁନ୍ନତ,ପଛୁଆ ଡାକେ ଲଗାଇ ବିରାମ ।।

ଆଧୁନିକ ଜ୍ଞାନ କୌଶଳ ବିଜ୍ଞାନ

ଚାଲ ବଦଳାଇ ଦେବା ଆମ ଜୀବନ ।।

ସରକାର ତୁମକୁ ଆମର ବାରତା

ଆମ ଭବିଷ୍ୟତେ ଖେଳି କାହିଁ ସାଜ ବିଧାତା ।।

ଆମ ଜ୍ଞାନୀ ଭାଇ ଜଣେ ବିଦେଶେ ଅଛି

ଏହି ଛବି ଯନ୍ତ୍ର ଗୋଟେ ସେ ଆମକୁ ଦେଇଛି ।।

ନୂଆ ନୂଆ କଥା ସେ ଆମକୁ ଶିଖାଏ

ପାଠ ପଢ଼େଇ ଯନ୍ତ୍ରରେ ଆମକୁ ସାହସ ଦିଏ ।।

ଆମ ଉପରେ ସମସ୍ତଙ୍କ ଆଶିଷ ଦାନ

ଆମେ ହସିଲେ ହସିବ ଦେଶ ହେବ ବିଶ୍ଵ କଲ୍ୟାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action