ଶିଖିବ ଯଦି ଶିଖ
ଶିଖିବ ଯଦି ଶିଖ
ଧରିତ୍ରୀ ଠାରୁ ଶିଖିବ ଯଦି
ସହନଶୀଳତା ଶିଖ
ଆକାଶ ଠାରୁ ଶିଖିବ ଯଦି
ନୀରବ ରହିବା ଶିଖ l
ସାଗର ଠାରୁ ଶିଖିବ ଯଦି
ଫେରାଇବା ଗୁଣ ଶିଖ
ପାହାଡ଼ ଠାରୁ ଶିଖିବ ଯଦି
ଧୈର୍ଯ୍ୟଶିଳତାକୁ ଶିଖ l
ପିମ୍ପୁଡ଼ି ଠାରୁ ଶିଖିବ ଯଦି
ସଂଚୟ କରିବା ଶିଖ
କୁକୁର ଠାରୁ ଶିଖିବ ଯଦି
ବିଶ୍ୱାସୀ ହୋଇବା ଶିଖ l
କୋଇଲି ଠାରୁ ଶିଖିବ ଯଦି
ମଧୁର ବଚନ ଶିଖ
ବିହଙ୍ଗ ଠାରୁ ଶିଖିବ ଯଦି
ଏକତାର ସୂତ୍ର ଶିଖ l
ପାଦପ ଠାରୁ ଶିଖିବ ଯଦି
ପରୋପକାରିତା ଶିଖ
ସୁରୁଜ ଠାରୁ ଶିଖିବ ଯଦି
ତେଜିୟାନ୍ ହେବା ଶିଖ l
ପ୍ରକୃତି ଅଟେ ଶିକ୍ଷା ଭଣ୍ଡାର
ଏକଥାଟି ଜାଣି ରଖ l
ବୁଝି ବିଚାରି ଦେଖି ଚାହିଁ କି'
ସର୍ବଦା ତା'କୁ ପରଖ l