Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Padhi

Romance

4  

Lilabati Padhi

Romance

ଶୀତରାତି

ଶୀତରାତି

1 min
360


ଆଜି ପରି ଏକ ଶୀତରାତି ଟାରେ

ସାଜି ତୁମେ ଦେବ ଦୂତ୍ତ,

ଅପବିତ୍ର ମୋର ଦେହ ଦେଉଳରେ

ସିଞ୍ଚିଥିଲ ପଞ୍ଚାମୃତ l


ଶ୍ରୀପୁରୁଷୋତ୍ତମ ପାଷାଣୀ ଅହଲ୍ୟା

ଉଦ୍ଧରିଥିଲେ ଯେପରି,

ମୋ ଦେହ କଳଙ୍କ ଧୋଇକରି ତୁମେ

ନେଲ ତୁମ ବଧୂକରି l


ମୋ ଜୀବନ ଥିଲା ଅମା ଅନ୍ଧକାର

ଭରିଛ ପୂର୍ଣ୍ଣମୀ ଜ୍ୟୋସ୍ନା,

ଥୁଣ୍ଟା ମରୁଭୂମି ଚଲା ବାଟେ ମୋର

ବିଛେଇଲ ମଲ୍ଲୀ, ହେନା l


ବୈଶାଖୀ ଖରାରେ ଝାଞ୍ଜି ଖରାବେଳେ

ମଳୟ ଖେଳିଲା ଦୋଳି,

ଧାରା ଶ୍ରାବଣ ର ମୋ ଦୁଇ ଆଖିରେ

ଦେଲ ପ୍ରୀତିକଳା ବୋଳି l


ବଞ୍ଚିବାର ଇଛା ନଥିଲା ମନରେ

ତୁଚ୍ଛ ଲାଗୁଥିଲା ଜୀବନ,

ପ୍ରେମର ଗୋଲାପ ଗଭାରେ ଖୋସିଲ

ଦେଖିଲି ମୁଁ ନୁଆଁ ସପନ l


ରୂପଜୀବୀ ଆଖ୍ୟା ଲିଭାଇଲ ତୁମେ

ହୋମ ନିଆଁ ସାକ୍ଷୀ କରି,

ବିଷାକ୍ତ ଦେହରେ ମଧୁ ବୋଳିଦେଲ

ସିନ୍ଥି ରେ ସିନ୍ଦୁର ଭରି l


ଏଇ ମୋ ଜୀବନ ଦୁଆର ବନ୍ଧରେ

ହେଲ ତୁମେ ପୂର୍ଣ୍ଣ କୁମ୍ଭ,

ପଙ୍କ ନୁହଁ ତୁମେ ନର୍କରୁ ଉଦ୍ଧରି

ଭରିଦେଲ ଧ୍ୟର୍ଯ୍ୟ ଦମ୍ଭ l


ଶୂନ୍ୟ କୋଳ ମୋର ପୂର୍ଣ୍ଣ ହେଲାପୁଣି

ମାତୃତ୍ୱ ଲଭିଲା ପରେ,

ଜୀବନର ମୋଡ଼ ବଦଳିଲା ମୋର

କୁଲବଧୂ ହେଲାପରେ l


ଏହି ଶୀତରାତି ଏ ଜୀବନେ ମୋର

ଭରିଲା ପ୍ରୀତିର ରଙ୍ଗ,

ମାଟିଘଟେ ପ୍ରାଣ ସଞ୍ଚରିଲା ମୋର

ପାଇ ତୁମ ପ୍ରୀତି ସଙ୍ଗ l


Rate this content
Log in

Similar oriya poem from Romance