STORYMIRROR

Suresh chandra Padhy

Tragedy

3  

Suresh chandra Padhy

Tragedy

ଶୀତଳଷଷ୍ଠୀ

ଶୀତଳଷଷ୍ଠୀ

1 min
165

ମହାଦେବଙ୍କ ବିବାହ ଉତ୍ସବ ଏ ପର୍ବରେ ହୁଏ

ମହାଦେବଙ୍କ ପାଇଁ ପୁରପଲ୍ଲି ଶୋଭା ପାଏ

ମା ପାର୍ବତୀ ବଧୂ ହୋଇ ଆସନ୍ତି

ମହାଦେବ ବର ବେଶ ହୋଇ ଯାଆନ୍ତି

ବୈଦିକ ରୀତିରେ ବିବାହ ହୁଏ ଆୟୋଜିତ

ମହାଦେବଙ୍କ ବିବାହ ଦେଖନ୍ତି ସାରା ଜଗତ

ପ୍ରତି ଶୈବ ପୀଠ ଉତ୍ସବ ମୁଖର ହୁଏ

ମହାଦେବ ସାଥେ ପାର୍ବତୀଙ୍କୁ ଦେଖି

ନେତ୍ର ଧନ୍ୟ ହୁଏ

ବୃଷଭ ପିଠିରେ ବସି ମହାଦେବ ଆସନ୍ତି

ସାଥେ ଭୂତ ପ୍ରେତ ଆଉ ଶିବ ଗଣ ଯାଉ ଥାନ୍ତି

ଶ୍ମଶାନ ବାସି ସେ କରୁଣା ସାଗର 

ଗଙ୍ଗା ଧର

ଅଳ୍ପରେ ସନ୍ତୋଷ ସେ ଆଶୁତୋଷ ହର

ପଶ୍ଚିମ ଓଡିଶାରେ ଶୀତଳଷଷ୍ଠୀ ଯାକ ଜମକେ ହୁଏ

ସାରା ଓଡିଶାରେ ଶିବାଳୟରେ 

ଭକ୍ତଙ୍କ ଭିଡ଼ ଲାଗି ରୁହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy