Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Classics

3  

Pramila Mohanty

Classics

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ

1 min
244



ଜେଷ୍ଠ ମାସର ରୌଦ୍ର

ତାପ ଅନ୍ତେ ଗ୍ରୀଷ୍ମ 

ପ୍ରବାହର ଅନ୍ତରାଳେ

ପକ୍ବ ଆମ୍ରଫଳର ଥାଳେ

ଉପବିଷ୍ଟ କରେ ଶୀତଳ ଷଷ୍ଠୀ

ହର ପାର୍ବତୀଙ୍କ ହୁଏ ବିବାହ ବନ୍ଧନ ।

ଦେବ ଦେବ ମହାଦେବ

ଶ୍ମଶାନ ଗହିରୁ ବାହାରି ଆସି

ପର୍ବତ ନନ୍ଦିନୀ

ପାର୍ବତୀ ଙ୍କୁ କରନ୍ତି ବରଣ ।

ପ୍ରତି ଦେବାଳୟେ

ପୁରେ ପୁରେ ଶିବ ମନ୍ଦିରରେ 

ବାଜି ଉଠେ ଶଙ୍ଖ ନାଦ

ହୁଳହୁଳି ତୂରୀ ଭେରି କାହାଳି,

ବରପିତା କନ୍ୟାପିତା

ହୋଇ ଥାନ୍ତି ଚୟନ

ସଜ ହୋଇଥାଏ ପାଟ ପତନି

ସୁସଜ୍ଜିତ ଦେବାଳୟେ

ରଙ୍ଗୀନ ଆଲୋକମାଳା ଯାଏ ଝଳସି ।

ଉନ୍ମାଦିତ ପରିବେଶ

ହସି ଉଠେ ମୁରୁକି ମୁରୁକି

ଭୋଜି ଭାତ ଦିଆ ନିଆ ଯାଏ ଜମକି

ପ୍ରକୃତି ଯାଏ ଚମକି

ଶିବଙ୍କୁ ବରି ନିଅନ୍ତି ପାର୍ବତୀ।


Rate this content
Log in

Similar oriya poem from Classics