ଶୀତ
ଶୀତ
ଶୀତ ଆସିଲାଣି
କବିଙ୍କ ମନେ
କବିତା ଜାଗିଲାଣି
ଶୀତ ଆସିଲାଣି
ସକାଳ ର କୁହୁଡି ଭିତରେ
କାକର ର ଅନୁଭୂତି
ମନେ ଶିହରଣ ଖେଳେଇଲାଣି
ଶୀତ ଆସିଲାଣି
ଗରମ ବସ୍ତ୍ର ର ଖୋଜା ପଡିଲାଣି
ଥରିଲା ଦେହ
ଗରମ ପାଣି କୁ ଡାକିଲାଣି
ଶୀତ ଆସିଲାଣି
ଶୀତ ର ପ୍ରକୋପ
ସହ୍ୟ କରିବାକୁ ଉମ୍ଭେଇ ଖୋଜାପଡିଲାଣି
ଶୀତ ଆସିଲାଣି
