STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶୀତ

ଶୀତ

1 min
15.1K


ସୁଦାମ ପାଣିଗ୍ରାହୀ


ଋତୁ ଅନୁକ୍ରମେ ଆଗତ ହୋଇ ସେ

ବିସ୍ତାରିଲା ସାରା ଜଗତରେ

ତାଣ୍ଡବ ରଚିଲା ପ୍ରକୋପରେ ତାର

କମ୍ପି ଉଠେ ଦେହ ତା ସ୍ପର୍ଶରେ

ଅଦୃଶ୍ୟ ଥାଇ ସେ ବଡ ଭୟଙ୍କର

ମାଡିଯାଏ କୋଣ ଅନୁକୋଣେ

ପଶୁ ପକ୍ଷୀ ନର ସଭିଏ ତ୍ରସ୍ତ

ନିବର୍ତ୍ତି ପରେନି କେହି ଜଣେ

ପକ୍ଷୀ ଖୋଜୁଥାଏ ଗଛର କୋରଡ

ପଶୁ ଲୋଡୁଥାଇ ଗିରି ଗୁହା

ଫତ୍ ଫାତ୍ ଲୋକେ ଶୀତରେ ସଢନ୍ତି

କେହି ହୁଏ ନlହିଁ ତାଙ୍କୁ ସାହା

ଶୀତର ଦାଉରୁ ପାଇବାକୁ ତ୍ରାହି

କୋମଳ ଚାଦର ଢାଙ୍କି ହୋଇ

ଧନବାନ ଲୋକେ ଗଦିର ପଲଙ୍କେ

ସୁଖ ନିଦ୍ରାରେ ଯାଆନ୍ତି ଶୋଇ

ନିଦ୍ରା ତେଜିଲେ ଦରକାର ହୁଏ

ନାଲି ନାଲି ତାଜା ଚାହା କପେ

ଗରମା ଗରମ ଚାହା ମିଳିଗଲେ

ଘୁଞ୍ଚି ଯାଏ ଶୀତ ଆପେ ଆପେ

ଶୀତ ଆସିଗଲେ ତଟକା ତଟକା

ପାରିବା ମିଳଇ ବଜାରରେ

ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇ

ବଣ ଭୋଜି ହୁଏ ସେଇ ଠାରେ

ଗରମା ଗରମ ପିଆଜ ପକୁଡି

ପଟିକୁ ରୁଚଇ ଖାଇବାରେ

ଖାଇବା ଜମୟ ପଲଉ ମଟନ

ପୂରି ଥାଏ ଯଦି ଥାଳିଆରେ

ଧାନ ସୀସା ଯେତେ ଲହଡି ଭlଙ୍ଗଇ

ବଉଳ ବାସଇ ମହ ମହ

ଆମ୍ବ ଡାଳେ ଥାଇ କୋଇଲି ରାବଇ

ସୁଲଳିତ କଣ୍ଠେ ଗହ ଗହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics