Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jyotirmoyee Mohanty

Classics

4  

Jyotirmoyee Mohanty

Classics

ଶୀତ

ଶୀତ

1 min
319


ପୌଷର ପାଉଁଶିଆ ଆକାଶରେ

ସଂଧ୍ୟାର ଗୋଧୂଳି ଲଗନେ,

ଶୀତ ଆସିଛି ସୋରିଷ କ୍ଷେତରେ

ହଳଦିଆ ଫୁଲର ଦେହରେ

ଶୀତ ଆସିଛି ଚଉଁରା ମୂଳରେ

ଦିକି ଦିକି ଜଳୁଥିବା ସଞ୍ଜ ଦୀପରେ l


ଶୀତ ଆସିଛି ଗରିବର ଚିରା କନ୍ଥା

ଛିଣ୍ଡା କମଳ ଭିତରେ,

ବଡ଼ ଲୋକଙ୍କ ଶୀତତାପ

ନିୟନ୍ତ୍ରିତ କୋଠରୀ ଭିତରେ 

ଶୀତ ଆସିଛି ଦୂର ପାହାଡ଼ରେ 

ଦେଖା ଯାଉଥିବା ନିଆଁ ଝୁଲରେ l


ଶୀତ ଆସିଛି ଅନୂଢ଼ା କୁଆଁରୀର

ପାହାନ୍ତି ସ୍ୱପ୍ନରେ

ଶୀତ ଆସିଛି ନୁଆଁ ବୋହୂଟିର

ଅଭିସାରିକାରେ

ଶୀତ ଆସିଛି ତନୁରେ, ମନରେ

ଏକ ମିଠା ଜ୍ୱଳନରେ  l


ଶୀତ ସନ୍ଧ୍ୟା ମୁଗ୍ଧ ଏକ ଶୀହରଣ 

ମନରେ ଆଣେ ହଜ଼ାରେ କମ୍ପନ,

ହୃଦୟରେ ଇଚ୍ଛାଟିଏ ଜାଗେ

ଅନୁଭବିବାକୁ କାହାର ଉଷ୍ମ ଆଲିଙ୍ଗନ ।


Rate this content
Log in