STORYMIRROR

Kishore Nayak

Children

3  

Kishore Nayak

Children

ଶୀତ ସକାଳ

ଶୀତ ସକାଳ

1 min
240


ଆସିଲାଣି ଶୀତ ଥରିଲାଣି ଧରା 

    ଶୀତ ସକାଳର 

    ଶିଶିର ବିନ୍ଦୁରେ 

ପଡ଼ିଛିରେ ଦେଖ କଅଁଳିଆ ଖରା ll


ନାହିଁ ମେଘ ମାଳା ନିର୍ମଳ ଆକାଶ 

    ପିନ୍ଧି ଶୀତ ବସ୍ତ୍ର 

    ପ୍ରାତଃ ଭ୍ରମଣରେ 

ଖୁସି ଆଣି ଦିଏ ଶୀତ ଅବକାଶ ll


କଅଁଳିଆ ଖରା ଶରୀରକୁ ପଥି 

     ସକଳ ରୋଗରୁ 

     ମୁକ୍ତ ହୁଏ ଦେହ 

ଶକତି ଯୋଗାଏ ସକାଳ ଠୁ ରାତି ll


ଶୀତ ସକାଳର ରବି କିରଣରେ 

     ଥଣ୍ଡା କାଶ ସବୁ 

     ହୁଏ ଦୂରୀଭୂତ 

ସଅଳ ପଡିଲେ ଶରୀର ଉପରେ ll


ଅଳସ ପଣକୁ କରି ପରିତ୍ୟାଗ 

     ସକାଳୁ ଉଠିଣ 

     ଚଲା ବୁଲା କଲେ 

ଶରୀରରୁ ତୁଟେ ଯାବତୀୟ ରୋଗ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children