ଶୀତ ରାତିର ୟେ ଗୀତ ରେ ମିତ
ଶୀତ ରାତିର ୟେ ଗୀତ ରେ ମିତ
ଏଇ ଶୀତ ଭିଜା ରାତି
ଦେହେ ଭରା କେତେ ତାତି
ଆସ ସାଥି ପ୍ରୀୟବତୀ
ମନ ଖୋଜେ ତୁମ ପ୍ରୀତି
ନରମ ଶେଜ ରେ ତୁଳିତଳ୍ପ ତଳେ
ଏଇ ରାତି ଯାଉବିତି
ଏଇ ଶୀତ ଭିଜା ରାତି, ଦେହେ ଭରା କେତେ ତାତି
ଲହରେ ଉତ୍ତରା ବାଆ
ଦୋହଲାଇ ଦିଏ ହିଆ
ଏଇ ମନ ଖୋଜେ ତୁମ
କୋଳର ଉଷୁମ ଛୁଆଁl
ଆଗୋ ପ୍ରୀୟବତୀ ଆସ ଆସ ସାଥୀ
ଶୀତ ରାତି ଯାଉବିତି
ଏଇ ଶୀତ ଭିଜା ରାତି, ଦେହେ ଭରା କେତେ ତାତି
ଶୀଶିରେ ଶଶି ରୋଷଣୀ
ଶୀତଳ କରେ ଧରଣୀ
ଏବେଳେ ପ୍ରେମେ କାମିନୀ
ରତିରଙ୍ଗେ ରାମାମଣୀ
ସ୍ଵାଗତ କରୁଛି ୟେ ମନରେ ସହୀ
ଜାଳି ଦିଅ ପ୍ରେମ ବତୀ
ଏଇ ଶୀତ ଭିଜା ରାତି, ଦେହେଭରା କେତେ ତାତି
ଶୀତ ରାତିରେ ରେ ମିତ
ଆଦିମ ରାଗିଣୀ ଗୀତ
ତୋ ପ୍ରେମ ବୀଣା ର ତାରେ
ହେଉ ସହୀ ଗୁଞ୍ଜରିତ
ଏମନ ତୋ ପାଇଁ ସମର୍ପିଲି ସହୀ
ଆଦରି ନିଅରେ ସାଥି
ଏଇ ଶିତ ଭିଜା ରାତି, ଦେହଭରା କେତେ ତାତି
