STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଶୀତ ରାତିର ୟେ ଗୀତ ରେ ମିତ

ଶୀତ ରାତିର ୟେ ଗୀତ ରେ ମିତ

1 min
188

ଏଇ ଶୀତ ଭିଜା ରାତି

ଦେହେ ଭରା କେତେ ତାତି

ଆସ ସାଥି ପ୍ରୀୟବତୀ

ମନ ଖୋଜେ ତୁମ ପ୍ରୀତି

ନରମ ଶେଜ ରେ    ତୁଳିତଳ୍ପ ତଳେ

ଏଇ ରାତି ଯାଉବିତି

ଏଇ ଶୀତ ଭିଜା ରାତି, ଦେହେ ଭରା କେତେ ତାତି


ଲହରେ ଉତ୍ତରା ବାଆ

ଦୋହଲାଇ ଦିଏ ହିଆ

ଏଇ ମନ ଖୋଜେ ତୁମ

କୋଳର ଉଷୁମ ଛୁଆଁl

ଆଗୋ ପ୍ରୀୟବତୀ    ଆସ ଆସ ସାଥୀ

ଶୀତ ରାତି ଯାଉବିତି

ଏଇ ଶୀତ ଭିଜା ରାତି, ଦେହେ ଭରା କେତେ ତାତି


ଶୀଶିରେ ଶଶି ରୋଷଣୀ

ଶୀତଳ କରେ ଧରଣୀ

ଏବେଳେ ପ୍ରେମେ କାମିନୀ

ରତିରଙ୍ଗେ ରାମାମଣୀ

ସ୍ଵାଗତ କରୁଛି  ୟେ ମନରେ ସହୀ

ଜାଳି ଦିଅ ପ୍ରେମ ବତୀ

ଏଇ ଶୀତ ଭିଜା ରାତି, ଦେହେଭରା କେତେ ତାତି


ଶୀତ ରାତିରେ ରେ ମିତ

ଆଦିମ ରାଗିଣୀ ଗୀତ

ତୋ ପ୍ରେମ ବୀଣା ର ତାରେ ‌

ହେଉ ସହୀ ଗୁଞ୍ଜରିତ

ଏମନ ତୋ ପାଇଁ  ସମର୍ପିଲି ସହୀ

ଆଦରି ନିଅରେ ସାଥି

ଏଇ ଶିତ ଭିଜା ରାତି, ଦେହଭରା କେତେ ତାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract