STORYMIRROR

Sachidananda Kar

Classics

3  

Sachidananda Kar

Classics

ଶୀତ ଜଲଦି ଆ'

ଶୀତ ଜଲଦି ଆ'

1 min
172

ଆସିଲା ପୁଷ ଆସିବ ମାଘ

ଯା' ହିମ ତୁ ଯା'

ଶୀତ ନାନୀଲୋ ଶୀତ ନାନୀ ତୁ

ବେଇଗି ବେଗି ଆ'


ଆସିଲେ ତୁହି ଶୀତଳ ବାଆ

ବହିବ ଥିରିଥିରି

ନାନା ଫସଲେ ଚାଷୀର କ୍ଷେତ

ହସିବ କିରିକିରି


ଶୀତବାସକୁ ହେଲାଣି ମନ

ହେବୁଲୋ ଘୋଡି ଆମେ

ସକାଳୁ ଉଠି ଧୁନି ଜଳେଇ

ଲାଗିବୁ ନାନା କାମେ


ପରଶେ ତୋର ଧରାରୁ ଆମ

କମିବ ଖରା ତାତି

କୋବି ଟମାଟୋ ମୂଳା ପରିବା

ଫଳିବ କେତେ ଜାତି


ଖଳାଟି ଆମ ଧାନଗଦାରେ

ପାଇବ ସତେ ଶୋଭା

ଗେଣ୍ଡୁଫୁଲରେ ବାରିବଗିଚା

ଦିଶିବ ମନଲୋଭା


ଦେହରୁ ଆଉ ବହିବ ନାହିଁ

ଧାରକୁଧାର ଝାଳ

ଥିବାଯାଏ ତୁ ମଜା ମଉଜେ

ବିତିବ ଦିନକାଳ


ଆଉ କାହିଁକି କରୁ ତୁ ଡେରି

ଆ' ଜଲଦି ଆ'

ସବୁ ପରାଣେ ଖୁସି ଜୁଆର

ଖେଳେଇ ଦେଇ ଯା'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics