STORYMIRROR

pratap nayak

Abstract

3  

pratap nayak

Abstract

ଶୀତ ଅନୁଭୁତି !!!!!!!!!!!!!!!!!

ଶୀତ ଅନୁଭୁତି !!!!!!!!!!!!!!!!!

1 min
360

କାହିଁକି କପଟ କରୁ 

ତୁ ଏତେ 

ଆସିବା ପାଇଁକି

ହେଲା ଆସି ସଂଜବେଳ 

ରୂତୁବତୀ ମା ତୋର 

ଝରିଯିବ କାହିଁ 

ସେହି ନିଦାଘ ସଂସାରେ


ଏମିତି ଦୂରେଇ ରହିବା 

ତୋର କଣ ଠିକ୍ ହେଲା 

ତୋର କଣ ଠିକ୍ ହେଲା 

ଟିକେ ଆସୁନୁ କି କଣେଇଁ ଚାହୁଁନୁ


କୁଆଁର ପୁନେଇ ଯାଇ 

ପଞ୍ଚୁକ ଆସିଲା

ତୋ,ଭଉଣୀ ଆଗେ ଆସି କେତେ 

କେତେ ଭିଜେଇଲା

ଭିଜୋଉଛି ବି ସିଏ ଆଜି ଯାଏ 

ତୋ ଆସିବାର ଡେରି ଦେଖି 

କଅଁଳ କିଆରିରେ 

ଉଧୋଉନି ବି ବିରି ମୁଗ

ଧାନ କିଆରି ବି କାନ ଡେରିଛି 

ତୋ ଆସିବା ବାଟକୁ ଝୁମିବ ସେ 

ତୋ ସକାଳ ପରସେ


ଅଭିମାନିନୀ ଗୁମାନ କରିଛି 

କାହିଁକି ବୁଝୁନୁ ତୁ ତା ମନକଥା

ପାକେଇ ଆଇ ମୋର 

କେତେ ଗାଳିଦିଏ 

ତୋ ଆଗମନିରେ 

ଦେଖୁଛି ମୁଁ 

ଅଜା ପାନଡାଲାରୁ 

ପାନ ଖିଲ କଲା ବେଳେ 

ସେ ବି କହୁଣି ଠେସୁଛି 

ଖିଲିଖିଲି ହସି 

ତୋ ଡେରିହବା ଯାଣି 

ସିଏ ବି ଖୋଜୁଛି


ଆସିବୁନା ଡଂଗିଭସା ଦିନ 

ସେହି ମଧୁମାଳତି ପିଠିରେ

ଖୋଜୁଛୁ ଆମେ ସବୁ ତତେ 

ସ୍ଥାବର ଜଙ୍ଗମେ



Rate this content
Log in

Similar oriya poem from Abstract