ଶୀତ ଆସିଲେ
ଶୀତ ଆସିଲେ
ଶୀତ ଆସିଲେ
ଖୁବ ମନେ ପଡ ତୁମେ
କାକରଭିଜା ସଦ୍ଯ ଗୋଲାପଟି ପରି
ହସୁଥାଅ ମୋ ମନ ବଗିଚାରେ ।
ତୁମକୁ ଛୁଇଁଲେ ଲାଜେଇଯାଅ
ଲାଜକୁଳି ଲତା ଭଳି
ଚୁପଚାପ କାନେ କହିଦିଅ
ଏ ଚାଲନା ଯିବା ସ୍ଵପ୍ନ ଖୋଜି
କୁହୁଡିମଖା ନିରୋଳା ରାତିରେ ।
ଶୀତ ଆସିଲେ
ଗାଇବାକୁ ଭାରି ଇଚ୍ଛାହୁଏ ଗୀତ
ବେସୁରା କଣ୍ଠେ ଜୀବନ ଯମୁନା ତଟେ
ତୁମେ ଖୁବ ମନଦେଇ ଶୁଣ
ବୋର ହୁଅନି ଜମା କେବେ
ବସି ଉଷ୍ଣତାର କଦମ୍ଵ ମୂଳେ ।
ତୁମେ ଆଉ ମୁଁ
ପରସ୍ପର ଚାହିଁଥାଉ ଏକ ଲୟରେ
ଜଣାପଡେନି କାହାକୁ କେବେ
କିଏ ଯେମିତି ଛନ୍ଦିଦିଏ
ଆମ ଦୁହିଁଙ୍କୁ ଗୋଟିଏ ରଜ୍ଜୁରେ ।

