STORYMIRROR

Bijay Prusty

Romance

4  

Bijay Prusty

Romance

ଶୀଳାଖଣ୍ଡ କୁହେ ତୁମରି କଥା

ଶୀଳାଖଣ୍ଡ କୁହେ ତୁମରି କଥା

1 min
185


ସଖୀ ତୁମେଏକ ମଧୁର ସଂଳାପ

ହୃଦୟର ଭରା ଗୀତ

ସଖୀ ତୁମେଏକ ତୋଫା ଜହ୍ନରାତି

ପଉଷ ଜାଡୁଆ ଶୀତ I

ସଖୀ ତୁମେ ଏକ ପ୍ରୀତି ନିର୍ଝରିଣୀ

ବହୁଥାଅ ଧିରେ ଧିରେ

ଉଚ୍ଚାଟ ହୁଏ ମୁଁ ତୁମେ ଯେତେବଳେ

ଖେଳ ମନ ଅଗଣାରେ I

କୋଣାର୍କର ପ୍ରତି ଶୀଳାରେ ଲୋ ସଖୀ

ତୁମେ ଜୀବନ୍ୟାସ ପାଅ

ତୁମରି ଦେହରେ ନିହାଣର ଦାଗ

ମୋ ଆଖିରେ ଦିଏ ଲୁହ I

ତୁମେ ଯେତେବେଳେ ଆଖିରେ ଆଖିରେ

ଯାଉଥାଅ ମୋତେ ଛୁଇଁ

ଚୁମରି ହସରେ ମୋ ଦୁନିଆଁ ହସେ

ହସି ଉଠେ ବେଳାଭୂଇଁ I

ସୁବୀସ୍ତିର୍ଣ୍ଣ ଏଇ ବେଳାଭୂମୀରେ ଲୋ

ତୁମେ ଏକ ବତୀଘର

ଦୁର୍ଘଟଣା ହୀନ ହୁଏ ଜଳଯାତ୍ରୀ

ତୁମେ ହିଁ ଭରସା ତାର I

କି ଉପମା ଅବା ଦେବି ମୁଁ ତୁମର

ସବୁର ଉପମା ତୁମେ

ପଥ ପ୍ରଦର୍ଶକ ହୋଇ ମୋର ସଖୀ

ଆସୁଥାଅ ଜନ୍ମେ ଜନ୍ମେ I

       


Rate this content
Log in

Similar oriya poem from Romance