STORYMIRROR

SIBENDU SARASWATA PANDA

Tragedy Classics Others

3  

SIBENDU SARASWATA PANDA

Tragedy Classics Others

ଶୀଘ୍ର ଯାଅ ତୁମେ ଫେରି

ଶୀଘ୍ର ଯାଅ ତୁମେ ଫେରି

1 min
194

ଆସିଥିଲ ତୁମେ ବିଗତ ବରଷେ

ମନରେ ଭରି ଭରସା,

ଆଖିରେ ସାଉଁଟି ଅନେକ ସପନ

ହୃଦେ ରଖି ନାନା ଆଶା।

କିଛି ମାସ ପାଇଁ ମୁଖେ ହସ ଦେଲ

ଦେଲ ସାଙ୍ଗସାଥୀ ସୁଖ,

ଭାବି ବି ନଥିଲୁ ବଦଳିବ ତୁମେ

ସୁଖକୁ କରିଲ ଦୁଃଖ।

ଉପହାର ରୂପେ ଦେଲ କୋରୋନାକୁ

ମରତବସୀଙ୍କୁ ତୁହି,

ତାହାରି ପ୍ରକୋପେ ଦମ୍ଭ ଥିବା ଦେହ

ଅକାଳେ ଗ୍ରାସିଲା ଭୂଇଁ।

ସପନ ଭାଙ୍ଗିଲା ଆଶା ଲିଭିଗଲା

ବରଷ ହେଲା ବଇରୀ,

ଗୃହବନ୍ଦୀ ହେଲେ ବିତାଡିତ ହୋଇ

ଅନ୍ୟଥା ଗଲା ଚାକିରୀ।

ଅବେଳା ବରଷା ବେଳେ ଅନାବୃଷ୍ଟି

ହତାଶ ହୋଇଲେ ଚାଷୀ,

ସୀମା ବିବାଦରେ ସର୍କାର ଚିନ୍ତାରେ

ଉଚ୍ଛନ୍ନ ଭାରତବାସୀ।

ଅଦୃଶ୍ୟ ହୋଇଲା ବନ୍ଧୁଙ୍କର ମୁଖ

ମୋବାଇଲ ହେଲା ବଳ,

ପରୀକ୍ଷାରେ ଫଳ ଶତ ପ୍ରତିଶତ

ଆଗାମୀ ଯୁଗକୁ କାଳ।

ତେଣୁ ହେ କୋଡ଼ିଏ ଫେରିଯାଅ ତୁମେ

ସାଥେ ନେଇ କୋରୋନାକୁ,

ଆଶାକରୁ ତୁମେ ଗଲେ ମିଳିଯିବ

ରାହାଟିଏ ବଞ୍ଚିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy