STORYMIRROR

Writer Roja Panda

Inspirational

3.0  

Writer Roja Panda

Inspirational

ସହିଦ ସଂଜୀବ

ସହିଦ ସଂଜୀବ

1 min
13.9K


ସଂଜୀବ ଭାଇ ହେ ସଂଜୀବ ଭାଇ

ତୁମପାଇଁ ଆଜି କାନ୍ଦେ ଏ ଭୂଇଁ

ମାତୃଭୂମି ମାଆର ସୁରକ୍ଷା ପାଇଁ

ଗୁଳି ଆଗେ ଦେଲ ଛାତି ପତେଇ

ଚନ୍ଦନପୁରର ପୁତ୍ର ସନ୍ତାନ

ଯାଜପୁର ଜିଲ୍ଲା ବୀର ଯବାନ

ବିଦାୟ ନେଇ ତ ଗଲ ପଳେଇ

ଆମକୁ ଶୋକରେ ଭସେଇ ଦେଇ

ପୁଅ ବୋଲି ମାଆ କେତେ ଡାକୁଛି

ପୁଅ କାହିଁ ସତେ ଉଠି ବସୁଛି

ତୁମ ଅର୍ଦ୍ଧାଙ୍ଗିନୀ କାନ୍ଦୁଚି ବସି

ମାଥାରୁ ତାହାର ସିନ୍ଦୁର ପୋଛି

ବନ୍ଧୁ ପରିଜନ ଯେତେ ତୁମର

ସଭିଁଙ୍କ ଆଖିରେ ଶୋକ ସାଗର

ଆମ ପାଇଁ ତମେ ଜୀବନ ଦେଲ

ଚିରଦିନ ୠଣି ଆମକୁ କଲ

କାନ୍ଦୁଛି ଅନ୍ତର କାନ୍ଦୁଛି ଆତ୍ମା

ଆମ ଭୂଇଁ ପାଇଁ ତମେ ମହାତ୍ମା

ପୁତ୍ର ସିନା ତମେ ଯାଜପୁରର

ସାରା ଭାରତରେ ଥିବ ଅମର

ଜଗତେ ତୁମର ଟେକ ରହିବ

ଇତିହାସ ତୁମ ଗୁଣ ଗାଇବ ।



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ


Rate this content
Log in

Similar oriya poem from Inspirational