STORYMIRROR

Dharitri Das

Inspirational

3  

Dharitri Das

Inspirational

ସହିଦ ଦିବସ

ସହିଦ ଦିବସ

1 min
218

କେତେ ଯେ ସହିଦ ଦିଅନ୍ତି ଜୀବନ

ସୀମାରେ ଥାଆନ୍ତି ଦେଶକୁ ଜଗିଣ।


ତାଙ୍କରି ପାଇଁକି ଅଚିନ୍ତା ନିଦରେ

ଶୋଉଛୁ ସଭିଏଁ ପ୍ରତିଟି ରାତିରେ।


ବୀର ପ୍ରସବିନି ମାତାଙ୍କୁ ତାଙ୍କର

ଅଧମ କରୁଛି କୋଟି ନମସ୍କାର।


ଯୁବାନାରୀ ତାର କେତେଯେ ମହାନ

ଦେଶ ପାଇଁ ସ୍ୱାମୀ ସୁଖ କଲା ଦାନ।


ଛାତିକୁ ପଥର କରି ପିତା ତାର

କାନ୍ଧେ ବୋହିଥିଲା ତା ମର ଶରୀର


ଧନ୍ୟ ସେହି ପିତା ଧନ୍ୟ ତାର ଛାତି

କରିଥିଲା ଯିଏ ଉଶ୍ୱାସ ଏ କ୍ଷିତି।


ଆସ ଆଜି ଏହି ସହିଦ ଦିବସେ

ଦୀପାବଳୀ ଜାଳ ମନର ହରଷେ।


ସେହି ବୀର ପାଇଁ କୃତାଞ୍ଜଳି ଢାଳ

ତାହାରି ଦୁଆରେ ସର୍ବେ ହୋଇ ମେଳ।


ତାର ପରିବାର ପାଇଁକି ସାହାରା

ହୋଇବା ସାଜିଣ ଭାଇ ବନ୍ଧୁ ପରା।


ସେପୁରେ ଥାଇ ସେ ହୋଇବେ ଖୁସି

ପୁନର୍ଜନ୍ମ ନେବେରେ ସତ୍ୱରେ ଆସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational