STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ସହିଦ ଦିବସ

ସହିଦ ଦିବସ

1 min
259

ପ୍ରେମ ଦିବସରେ ମୃତ୍ୟୁ ବିଭିସିକା

ଦେଖିଲା ପରଠୁ ବନ୍ଧୁ

ପ୍ରେମ ନୁହେଁ ଏବେ ସହିଦ ପାଇଁ କି

ଝରଇ ଲୋତକ ବିନ୍ଦୁ


ଭାଲେଣ୍ଟାଇନ ଡେ ସହିଦଦିବସେ

ପରିଣତ ହୋଇଅଛି

ଏ ଦିନରେ କେଉଁ ଦେଶଦ୍ରୋହୀଙ୍କର

ପ୍ରେମରେ ମନ ବଳୁଛି


ଚାଳିଶ ଯବାନ ଭାଲେଣ୍ଟାଇନ୍ ପାଇଁ

ମନ ବି ବଳାଉଥିଲେ

ତଥାପି ଭୃକ୍ଷେପ ନ କରି ସେମାନେ

ଦେଶ ପାଇଁ ଲଢ଼ୁଥିଲେ


ପ୍ରେମ ତାଙ୍କ କରି ଉତ୍ସର୍ଗ ସଭିଏଁ

କର୍ତ୍ତବ୍ୟ ରେ ମଜ୍ଜିଥିଲେ

ଅକାଳରେ ସର୍ବେ ଏକସାଥେ ମିଶି

ସହିଦ ବି ହୋଇଗଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract