STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଶିବଶଙ୍କର

ଶିବଶଙ୍କର

1 min
115


ପାର୍ବତୀ ବର ଡାକେ ବାର ବାର

ଆଉଥରେ ପିଇ ବିଷ,ପୀୟୂଷ ଭର

ଯୁଦ୍ଧର ଆତଙ୍କ ସନ୍ତ୍ରାସ ମହାମାରୀ ବିଶ୍ବର

ତୃତୀୟ ନୟନ ଫେଡିଲକି ନାଥ ଅମରେଶ୍ୱର

ଦେଇନାହିଁ କେବେ ଶହେ ଆଠ ବେଲପତର 

ଢାଳି ନାହିଁ କ୍ଷୀର ଶିରରେ ତୁମର

ଯାଇନାହିଁ ବୋଲ ବମ୍ ଡ଼ାକି ଥରେ ମାତର

ତଥାପି କରୁଛି ଭକ୍ତି ଜୁହାର ହେ ମହାଦେବ ଇଶ୍ଵର

ତୁମେ ନଚାହିଁଲେ ନଶ୍ୱର ଦେହ ରହିବକି ଛାର

ଦୈବ ଦୁର୍ବିପାକ ବନ୍ୟା ବିଭୀଷିକା କରେ ଛାରଖାର

ଆଉଥରେ ପ୍ରଭୁ ପିଇ ନେଇ ସବୁ ନୀଳକଣ୍ଠ

 ନାମ ସାର୍ଥକ କରି ପୀୟୂଷ ଭାରେ ଭର

ମୋ ପାଇଁ ମାଗୁନି ଜଗତବାସୀଙ୍କୁ ରକ୍ଷାକର

ସୃଷ୍ଟି ରେ ଦୃଷ୍ଟି ଦେଇ କ୍ଷମା ଆଚର ହେ ମହେଶ୍ୱର

ତବ ଦୃଷ୍ଟି ବିହୁନେ ଏ ଧରା ହୁଏ ଛାରଖାର

ନିମିତ୍ତ ମାତର ମଣିଷ କରିବ କୋଉ ବେଭାର

ରକ୍ଷାକର ପ୍ରଭୁ ନିବେଦନ ଥରେ ଘେନାକର

 ଆବେଦନ ମୋର ମଞ୍ଜୁର କରି ରକ୍ଷା କର 

ଜାଳିନି ଜାଗର ଯାଇନି ମନ୍ଦିର କ୍ଷମା ଆଚର 

କାଲି ବାଲି ତୃତୀୟାରେ ତୁମ ନିର୍ଜଳ ଉପବାସ ମୋହର

 ବ୍ରତ କରେ ରକ୍ଷ ମାତର ଏ ଜୀବଜଗତ ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics