STORYMIRROR

Jayadeba Mahapatra

Tragedy

3  

Jayadeba Mahapatra

Tragedy

ଶହୀଦ ବୀରରପତ୍ନୀ

ଶହୀଦ ବୀରରପତ୍ନୀ

1 min
207


ଶହୀଦ ବୀରର ପତ୍ନୀ ମୁଁ ଅଟଇ

ଏହି ମୋର ପରିଚୟ

ସମବେଦନାର ଶୁଅ ଛୁଟି ଆସେ

ଶୁଭେ ଖାଲି ଜୟ ଜୟ |


ସିନ୍ଥିରୁ ସିନ୍ଦୂର ଲିଭେଇ ଦେଇଛି

ଦେହରୁ କାଢ଼ିଛି ପାଟ

ଛାତିରେ ପଥର ଲଦି ଆଜି ଠାରୁ

ଏକାକୀ ଚାଲିବି ବାଟ |


ତୁମରି ଆଦର୍ଶେ ଗଢ଼ିବି ପିଲାଙ୍କୁ

ଦେଖାଇ ତୁମର ଫଟ

ବୁଲି ବୁଲି ବୀର ଯବାନଙ୍କ ସାଥେ

କରିବି ପିଲାଙ୍କ ଭେଟ |


ତୁମ ହାତ ଲେଖା ଡାଏରିକୁ ସଦା

ସାଇତି ରଖିବି ମୁହିଁ

ଜିଇଁବି ଜୀବନ ଯେତେ କଷ୍ଟ ହେଉ

ପିଲାଙ୍କ ମୁହଁକୁ ଚାହିଁ |


ଶହୀଦ ଖବର ପାଇବା ପରଠୁ

ସାନ ଭାଇ ତୁମ କହେ

ପ୍ରତିଶୋଧ ନେବ ସଇନିକ ହୋଇ

ନିଆଁ ଲାଗିଛି ତା ଦେହେ |


ଭଉଣୀ କହୁଛି ବାହା ହେବା ପାଇଁ

ସଇନିକ ବର ଖୋଜ

ଭାଇ ହନ୍ତାର ସେ ପ୍ରତିଶୋଧ ନେବ

ବୀର ବେଶେ ହୋଇ ସଜ |


ଆଇନା ଆଗରେ ଠିଆ ହେଲେ କିଆଁ

ବିଳପି ଉଠୁଛି ମନ

ଖାଲି ଖାଲି ଦିଶେ କପାଳ ମୋହର

ଥିଲା ଯାହା ଗଣ୍ଠି ଧନ |


Rate this content
Log in

Similar oriya poem from Tragedy