ଶଗଡ଼ ଗାଡ଼ି
ଶଗଡ଼ ଗାଡ଼ି
ଘିଡି ଘିଡି ହୋଇ ଚାଲଇ ଗଡି
ଆହା କି ସୁନ୍ଦର ଶଗଡ଼ ଗାଡ଼ି ।
ମଟର ଆଗରୁ ଥିଲା ଶଗଡ଼
ନଥିଲା ବାହାରି ସେବେ ଟ୍ରାକ୍ଟର ।
ରାସ୍ତା ଘାଟ ହୋଇ ନଥିଲା ପିଚୁ
ଶଗଡ଼ ଚାଲିଲା ପୁଚୁର ପୁଚୁ ।
ଗାଡ଼ି ଗଡି ଗଡ଼ି ଆଗେଇ ଥାଏ
ବାଡି ଟେ ଧରି କି ଡ଼୍ରାଇଭର ବସେ ।
ବେନି ବଳଦକୁ ଯୁଆଳି ଯୋଚି
କେଁ କଟର କେଁ କଟର ଚାଲିଛି ।
ସେଇଟି ଅଟଇ ଶଗଡ଼ ଗାଡ଼ି
ଅନ୍ୟ ନାମ ତା'ର ହଳିଆ ଗାଡ଼ି ।
ଲୁହା ହାଲ ଲାଗି ଥାଏ ଚକରେ
ହଳିଆ ଟାଣିଲେ ତାହା ଲୋ ଚାଲେ ।
କାଠରେ ତିଆରି ଶଗଡ଼ ଗାଡ଼ି
ମଟର ଆଗରୁ ଥିଲା ଲୋ ଗଡି ।
ସବୁ ପ୍ରକାରର ବୋଝ ସେ ବୋହେ
ଖରା ବର୍ଷା ଶୀତ ସବୁରେ ଧାଏଁ ।
ଧାଇଁ କି ହାଲିଆ ହେଲେ ହଳିଆ
ଛାଟରେ ପିଟଇ ଲୋ ଶଗଡିଆ ।
ଗାଡ଼ି ସେ ଗଡାଏ ଗୀତକୁ ଗାଇ
ଗୀତ ଶୁଣି ଗୋରୁ ଚାଲନ୍ତି ଧାଇଁ ।
ଧୁକୁଡ ଧୁକୁଡ଼ ଧୁକୁଡୁ ଘାଇଁ
ଧକଡ ଧକଡ ଧକଡ ଧାଇଁ ।
କେଁ କାଆଁ ଚେଇଁ ଚାଇଁ ଚାଇଁ ଚିଁଉଁ
ଧେଇକ ଧେଇକି ଧେଇଁକି ଧାଉଁ ।
ଧାଉଁଥାଏ ନିତି ଗାଁ ସଡ଼କେ
ହୋଅବେ ହୋ ହୋ ହୋ ହୋଅବେ ଡାକେ ।
ଶଗଡ଼ିଆ ଭାଇ ଖୁସି ମନରେ
ବାଡି ଧରି ଗାଡ଼ି ଗଡ଼ାଇ ନିଏ ।
ମାଟି ଗୋଡି ବାଲି କାଦୁଅ ବାଟେ
ଶଗଡ଼ ଗାଡ଼ିଟି ସବୁଠି ଛୁଟେ ।
ଗଲି ଘଞ୍ଚ ବିଲ , ବନ , ଅରଣ୍ୟ
ସହର , ବଜାର , ଗହଳି ସ୍ଥାନ ।
ଚାଲିପାରେ ଏଇ ଶଗଡ଼ ଗାଡ଼ି
ଧାଇଁ ଧାଇଁ ଚାଲେ ଘିଡି କି ଘିଡ଼ି ।
ଘଡର ଘଡର ଘଡର ଘାଇଁ
ଧକଡ ଧକଡ଼ ଥାଏ ସେ ଧାଇଁ ।
ହୋଇ ଗଲାଣି ତା' ଏବକୁ ଲୋପ
ଲାଗେ ଜନ ମନେ ଘୋର ସନ୍ତାପ ।
ବଢି ବଢି ଚାଲେ ଏବେ ମଟର
ପ୍ରଦୂଷଣ ବଢ଼େ ଅତି ପ୍ରଖର ।
ଦି , ଚାରି ବରଷ ଭିତରେ ସତେ
ଧ୍ଵଂସ ହେବ ପୃଥ୍ବୀ ହୁଏ ପରତେ ।