Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2  

Prasant Kumar Nath

Inspirational

ଶେଷ ଠିକଣା

ଶେଷ ଠିକଣା

1 min
6.6K


ମଶାଣୀଟା ଅଟେ ଶେଷ ଠିକଣା ଯେ

କାହିଁକି ବଇଆ ହୁଅ

ଛଖଣ୍ଡ ବାଉଁଶ କୋକେଇଟା ପରା

ଶେଷ ବେଳେ ତୁମ ନୁହଁ ।


କାହିଁକି ସଞ୍ଚୁଛ ଅମାପ ଧନକୁ

କାହାର ପକେଟ କାଟି

କେହି ଯିବେ ନାହିଁ ସାଥିରେ ତୁମର

ପିଆଇବେ ନାହିଁ ବାଟି ।

ସମସ୍ତେ ଖୋଜିବେ ଖଣ୍ଡିଆ ଛତାଟି

କୋଉଠି ରହିଲା ଯାଇ

ମଲା ବେଳେ ପରା ସେହି ଛାତଟିକୁ

ଥୋଇବେ ମୁଣ୍ଡରେ ନେଇ ।


ଛିଣ୍ଡା ମଶିଣାଟି ଖୋଜିବେ କେଉଁଠି

ପଡିଥିବ ବଡ଼ିଆଡେ

ସେହି ମଶିଣାକୁ ପକେଇବେ ଆଣି

ବାନ୍ଧିଥିବା କୋକେଇରେ ।

ନିଜ ଉପାର୍ଜନେ ଯାହାବି ରଖୁଛ

ନିଜ ପରିବାର ପାଇଁ

ରଖୁଥିଲେ ତାହା ପରିବାର ତୁମ

ସୁଖରେ ପାରିବ ଜିଇଁ ।


ଅନ୍ୟକୁ କାନ୍ଦେଇ କାହିଁକି ସଂଚୁଛ

ତାଙ୍କୁ କଂଦେଇବା ପାଇଁ ।


Rate this content
Log in

Similar oriya poem from Inspirational