STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଶେଷ ଠିକଣା

ଶେଷ ଠିକଣା

1 min
11.8K

"ଶେଷ ଠିକଣା "

,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,, 

ବହୁତ କିଛି ଆଜି ଏଯାଏଁ ଅଜଣା 

ଚାଳିଛି ଗବେଷଣା ପରେ ଗବେଷଣା 

ସ୍ୱଚ୍ଛତା ଓ ସଙ୍ଗରୋଧ କରିନେଲେ ଆପଣା 

ପ୍ରକୃତି ଆମକୁ ପୁଣି ଦେବ ନୂଆ ସଂଯୋଜନା 

ପ୍ରଜାପତିମାନେ ସ୍ଵଚ୍ଛନ୍ଦରେ ଉଡ଼ିବୁଲନ୍ତି ଝାଡ଼ି ଡେଣା 

କୋଇଲିର ସ୍ୱର ଆକାଶର ରଙ୍ଗ, ଯୋଡ଼େ ଠିକଣା 

ନିଜ କର୍ତ୍ତବ୍ୟ କର୍ମ ଆଚରଣ ଅଟେ ନିଜ ପାଉଣା. 

           

      ଉଦବେଳିତ ମନ ଖୋଜେ ଟିକେ କରୁଣା

      ରୋଷହିଂସାବାଦଦ୍ୱେଷ ଦୂରେଇବାକୁ ଆସିଛି କରୋନା

      ସୁସ୍ଥ ନିରାମୟ ରହି, ଉଦ୍ୟମ କରିବାକୁ ପେଟପାଟଣା 

      ଅନ୍ୟ ଆଖି ଲୁହକୁ ନକରି ଅଦେଖା ଅଜଣା 

      ସହମତି ଓ ସହଭାଗିତାର ସୃଷ୍ଟି ହେଉ ଧୂଳିକଣା 

      ବ୍ୟାପିଯାଉ ଗାଁ ଓ ସହର ଜିଲ୍ଲା ରୁ ନଗର ଖୋଜି ଠିକଣା 

       ଅନ୍ୟର ପ୍ରଗତି, ଆହାର ସଂହତି ନହେଉ ବାଟମାରାଣା. 


ଆମ ସାଥେ ରାଜ୍ୟ ଓ କେନ୍ଦ୍ର ସରକାର ଆମରି ଗଣା 

ଆମ ପାଇଁ ଲୋଟି ସାଉଁଟି ଖୋଜନ୍ତି ଅଧିକେ ଉଣା 

କୃଷକ ସୈନିକ ସହ ଡାକ୍ତରୀଦଳ ପୋଲିସଙ୍କ ସେବା ଭାବନା 

ମନେ ପଡନ୍ତି ପୂର୍ବସୁରୀ, ତାଙ୍କ ଉପଦେଶ ଓ କଟକଣା 

ସେମାନେ ପାରିଛନ୍ତି ଆମେ ବି ପାରିବା, ବାଟ ଆମକୁ ଜଣା 

ମିଡ଼ିଆ ମାଧ୍ୟମ ହୋଇଛି ଜାଣିବାକୁ ସବୁ ଜ୍ଞାନ ନମୁନା 

ନିଜେ, ନିଜପରିବାର ଓ ଚାରିପଟେ ଥିବା ସଜୀବ ଆମରିଗଣା 


      ଶେଷରେ ପ୍ରଭୁଙ୍କ ସ୍ୱୀକୃତି ପାଇଁ କରି ପ୍ରାର୍ଥନା 

      ମନୁଷ୍ୟ ଧର୍ମକୁ ପାଳନ କରି ହୋଇବା ଜଣାଶୁଣା 

      ମଇଁଷି ନହୋଇ ମଣିଷ ହେବାର ଏଇ ବୋଧେ ଗଣନା 

      ରକ୍ତ ର ରଙ୍ଗ ନିଶ୍ଚୟ ଲାଲ, ଏଇ ପରିଚୟ ଶେଷ ଠିକଣା 

      ଅପର ସୁଖ ଦୁଃଖ ନିଜର ଭାବିଲେ ରହିବନି ଦୁଃଖ ଯନ୍ତ୍ରଣା 

      "ମୁଁ ନୁହେଁ ଆମେ,"ପାରିବା ନିଶ୍ଚୟ ରଖି ଏହି ସଦ୍ଭାବନା 

       ଜୀବନ "ଜି "ବାକୁ ଇଏ ଶେଷ ସଚେତନତା ମନ୍ତ୍ରଓଠିକଣା.


Rate this content
Log in

Similar oriya poem from Inspirational