ଶେଷ ଠିକଣା
ଶେଷ ଠିକଣା
ମୃତ୍ୟୁ ଧ୍ରୁବ ସତ୍ୟ ଇଙ୍ଗିତ ସେ ଅଦେଖା ହାତର
ସମୟର ପରିବର୍ତନରେ ହୋଇ ଅପରିବର୍ତ୍ତିତ
ଧାଇଁ ଯାଉ ଥାଏ ବିପରୀତ ସ୍ରୋତେ ଜୀବନ ର ||
ଛ ଖଣ୍ଡି କାଠର ଶଯ୍ୟା ଉପରେ ଛ ଫୁଟ ଶରୀର
ଲକ୍ଷ୍ୟ ହୀନ ଯାତ୍ରା ପଥେ
ଆଡମ୍ବର ହୀନ ପଟୁଆର
ଅନ୍ତହୀନ କାମନା ର ଜୀବନ ସଂଗୀତ
ସାକାର ସ୍ବପ୍ନ ସବୁ ପରିତୃପ୍ତି କର୍ତବ୍ୟ ପୂର୍ତ୍ତି ର
ଏନ୍ତୁଡ଼ି ରୁ ଶ୍ମଶାନ
ଶେଷ ଠିକଣା ସେ ମଣିଷ ର ||
