STORYMIRROR

Niranjan Sahu

Abstract Others

3  

Niranjan Sahu

Abstract Others

ଶେଷ ଠିକଣା ସମାନ

ଶେଷ ଠିକଣା ସମାନ

1 min
232


ଚାଲିବାକୁ ଅଛି ବହୁତ ଦୂର।  

ଏଇତ ଆରମ୍ଭ ମାତ୍ର

କେତେ ଆଶା କେତେ ଆକାଂକ୍ଷା ନେଇ

ମଣିଷ ବଞ୍ଚିଛି

ଜୀବନ ସାରା ଟିକେ ସ୍ନେହ ପାଇଁ

ଛଟପଟ ହେଉଥିବା ମଣିଷଟିଏ ଯେ

ଆଜି ଅମଣିଷ ପାଲଟି ଯାଉଛି,

ସାମାନ୍ୟ କିଛି ଅର୍ଥ ପାଇଁ,

ହଁ,ଏୟା ବି ସତ ଯେ

ଅର୍ଥ ପାଇଁ ସବୁକିଛି କରିପାରେ

ମଣିଷ ବି ମାରିପାରେ,

ଆଉଅନ୍ୟ ସବୁତ କିଛି ନୁହେଁ,

ନିଜର ସୁଖ ବ୍ୟତୀତ 

ଆଉ କିଛି ଦେଖାଯାଏନା,

ଏହାର କାରଣ ଜାହାହେଉନା କାହିଁକି

ମଣିଷ ମଣିଷ ମଧ୍ଯରେ ପାତର ଅନ୍ତର ହିଁ

ମୂଳ କାରଣଅଟେ

କାହା ପାଖରେ ଅଭାବ ନାହିଁ ତ

କାହାପାଇଁ ସ୍ୱପ୍ନ,

ହେଲେ ଭୋକ ତ ସମାନ 

ସୁଖ ବି ସମାନ

ସତ କହିବାକୁ ହେଲେ

ରୋଟି, କପଡା,ମକାନ,

ସମସ୍ତଙ୍କୁ ଆବଶ୍ୟକ,

ଏହାହିଁ ମୌଳିକ ପଦାର୍ଥ

ଆଜିର ଦିନ ପାଇଁ,

ଏଥିରେ ମଣିଷ ର ବ୍ୟତିକ୍ରମ ହେଲେ

ଏଇ ମଣିଷ ସବୁ କରିପାରେ

ଏହା ହିଁ ବାସ୍ତବ,

କିନ୍ତୁ

ଶେଷ ଠିକଣା 

ସମସ୍ତଙ୍କ ପାଇଁ ସମାନ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract