ଶେଷ ଥାକର ବହି
ଶେଷ ଥାକର ବହି
ଲୁଚାଇଛି ଶେଷ ଥାକେ
ତୁମ ଠାରୁ ପାଇଥିବା
ଶେଷ ସେଇ
କବିତାର ବହି ।
ଯିଏ ଥିଲା ଶେଷସାକ୍ଷୀ
ତମର ମୋର
ଆମରି ପ୍ରେମର
ଶେଷଦିନ ପାଇଁ ।
ଦୁନିଆ ନଜାଣୁ ଏହା
ମୁଁ ତ ଯାଣିଛି
ବହିପରି ଭଲପାଅ ମତେ
ମୁହଁ ଖୋଲି କହିନାହଁ କେବେ,
ପ୍ରତିପୃଷ୍ଠା ବଖାଣନ୍ତି
ତୁମ ତ୍ୟାଗତୁମ ପ୍ରେମ
ଯାହା ମୁଁ ବୁଝିଛି ।
ରାତି ମୋ ହଜିଛି
ଉଜାଗରେ ରାତି ରାତି
ସେ ବହି ବି ପଢିଛି ।
ତମକୁ ଛାତିଭିତରେ
ଆଉ ମୋ ବହିକୁ
ସବା ଶେଷ ଥାକରେ ।
କାହା ନଜର ନ ପଡୁ
ମୁଁ ଦେଖେ ମୁଁ ପଢେ
ପ୍ରତିଦିନ ଦୁଃଖରେ ସୁଖରେ।।
