STORYMIRROR

Birakishore Nayak

Abstract Tragedy

4  

Birakishore Nayak

Abstract Tragedy

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
361


ପ୍ରଦୋଷ ଆଗମେ ଅରୁଣ କିରଣ

     ଯେବେ ଶେଷ ସ୍ପର୍ଶ ଦିଏ,

ପ୍ରତୀଚୀ ଗଗନେ ଲୋହିତ ରଙ୍ଗର

     ସତେ ଅଶ୍ରୁ ବହିଯାଏ |

ଯେବେ ଧରଣୀକୁ ନୀରବ ରଜନୀ

     ଶେଷ ସ୍ପର୍ଶେ ଛୁଇଁଥାଏ,

ପୂରୁବ ଆକାଶେ ଲୋହିତ ମୂରୁଜ

     ସତେ ବିଞ୍ଚି ହୋଇଯାଏ |

ବିଚ୍ଛେଦ ପୂର୍ବରୁ ପ୍ରୀତି ଭରିଥାଏ

     ଶେଷ ସ୍ପର୍ଶ ପ୍ରଣୟର,

ଶେଷ ସ୍ମୃତି ହୋଇ ହୁଏ ଚିରନ୍ତନ

     ବିଦଗ୍ଧ ଦୁଇ ପ୍ରାଣର |

ପ୍ରସବ ବେଦନା ଶେଷ ସ୍ପର୍ଶେ ଭରେ

     ମାଆ ଓଠେ ପୂର୍ଣ୍ଣ ହସ,

କନ୍ୟା ବିଭା ପରେ ମାଆ ଆଖି ଝୁରେ

     ପାଇ ତାର ଶେଷ ସ୍ପର୍ଶ |

ମରଣ ଆସିଲେ ଜଳିବା ପୂର୍ବରୁ

      ଶେଷ ସ୍ପର୍ଶ ଜୁଇକାଠ,

ସଂସାରରେ ପରା ଶେଷ ସ୍ପର୍ଶ ଦିଏ

     କେବେ ଶାନ୍ତି କେବେ କଷ୍ଟ |

ସିନ୍ଦୁରର ଶେଷ ସ୍ପର୍ଶ ସିମନ୍ତରେ 

     ଝରାଏ ନାରୀର ଲୁହ,

ପରିଚୟ ତାର ବଦଳାଇ ଦେଇ

     ଭରେ ତ ଅସରା କୋହ |

ଅଗ୍ନି ଜଳି ଯେବେ ଦିଏ ଶେଷ ସ୍ପର୍ଶ

     ପାଉଁଶ କେବଳ ରହେ,

ସଂସାର ମାୟାର ଶେଷ ସ୍ପର୍ଶ ଆସେ

     ଯେବେ ଆଖି ଶୂନ୍ୟେ ଚାହେଁ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract