STORYMIRROR

Kali Kumar

Tragedy Classics

2  

Kali Kumar

Tragedy Classics

ଶେଷ ପୃଷ୍ଠା

ଶେଷ ପୃଷ୍ଠା

1 min
211

ଲେଖିଦିଏ

ଦିନ ଯାକର ହିସାବ

ନୀଡ଼ ଫେରନ୍ତା

ପକ୍ଷୀ ମାନଙ୍କର

ଚିଁ ଚିଁ ରାବରେ,

କୂଳ ଫେରନ୍ତା

ନାଉରିଆର

କ୍ଳାନ୍ତ ଆହୁଲାର ଆଘାତରେ,

ଗୋଠ ଫେରନ୍ତା

ଗାଈଗୋରୁଙ୍କର

ହମ୍ବା ହମ୍ବା ରଡ଼ିରେ,

ଧୂଳି ଧୂସରିତ

ଗାଁ ମାନଙ୍କର ଛବିରେ,

ଆଉ

ଅନ୍ଧକାରକୁ

ନିମନ୍ତ୍ରଣ ଦେଉଥିବା

ସୂର୍ଯ୍ୟାଲୋକର ଲୋହିତ ଶବରେ ।।

ଲେଖିଦିଏ

ନିର୍ଜନତାର ନିର୍ବାକ ସ୍ତୁତି

ନିଃସଙ୍ଗତାର ନିଶ୍ଚିହ୍ନ ଭୀତି

ନୀରବତାର ନିଃଶବ୍ଦ ଗୀତି

ନିରଙ୍କୁଶତାର ନିରାକାର ସାଥି

ଆଉ

ଯାହା ଲେଖିହୁଏ ନାହିଁ

ବକ୍ଷ ତଳେ ସାଇତା ହୁଏ

ହୋଇ ଅଭୁଲା ଅତୀତର ନିର୍ଣ୍ଣାୟକ ସ୍ମୃତି

ହୋଇ ଅଭୁଲା ଅତୀତର ନିର୍ଣ୍ଣାୟକ ସ୍ମୃତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy