Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଶେଷ ପ୍ରଶ୍ନ

ଶେଷ ପ୍ରଶ୍ନ

1 min
411


ଉତ୍ତର ଦିଅହେ ମୋର ଶେଷ ପ୍ରଶ୍ନ 

ପ୍ରାଣ ଯିବ କେବେ ମୋର

କେବେ ଏ ମିଶିବ ଅଙ୍ଗେ ତୋର ଯାଇ

କହି ଦିଅ କାଳ ତାର !

ଉତ୍ତର ଦିଅହେ


ବୃଦ୍ଧ ଏ ବୟସ ଦୁର୍ବଳ ଶରୀର

ମୁହିଁ ଗୃହ ପାଇଁ ଭାର

ନହୁ ପରାଧୀନ ଏ ଜୀବନ ମୋର

ଏତିକି କରୁଣା କର !

ଉତ୍ତର ଦିଅହେ


ଜାଣି ପାରୁ ନାହିଁ ମାୟା ଏ ସଂସାର 

ଦେଖୁ ତୁ ଚକାନୟନେ

ଆରାଧ୍ୟହେ ମୋର ଚିନ୍ତାହିଁ ତୋହର 

ଜାଗ୍ରତ କିବା ସୟନେ !

ଉତ୍ତର ଦିଅହେ


ଏ ଜୀବନ ତୋର କରେ କର୍ମ ତୋର

ଜ୍ଞାନ ଯା ଦେଇଛୁ ତୁହି

କର୍ତ୍ତବ୍ୟରୁ ତିଳେ ଦୂର ହୋଇ ନାହିଁ

କରୁ ଅଛି ପ୍ରେମ ରହି !

ଉତ୍ତର ଦିଅହେ


ଏ ଭବ ସଂସାରେ ନୁହେଁ ଟି କାହାର

ଦେଖି ଅଛି ତାହା ନେତ୍ର

ସ୍ଵାର୍ଥର ପାଇଁ ରେ ସମ୍ପର୍କ ଅପାର 

କିବା ଅଭିନୟ ମାତ୍ର !

ଉତ୍ତର ଦିଅହେ


ସବୁତ ଜାଣୁଛୁ ସବୁତ ଦେଖୁଛୁ

କହିବି ବା ତାହା କେଉଁ

ପ୍ରଭୁ ଜଗନ୍ନାଥ ଗୁହାରି ଏତିକି

ଇଚ୍ଛା ମୋର ଶେଷ ଯେଉଁ !

ଉତ୍ତର ଦିଅହେ


ପ୍ରାଣ ଯାଉ ଥିବ ମୁଖେ ଥିବ ନାମ

ଦେଖୁ ଥିବି ତୋର ରୂପ

ଶେଷ ସେ ସମୟ କହି ଦିଅ ନାଥ

ରୂପରେ ତୁହି ସ୍ବରୂପ !

ଉତ୍ତର ଦିଅହେ


କୃଷ୍ଣ ରୂପ ଧରି ଧର୍ମର ସ୍ଥାପନା 

ଯୁଦ୍ଧ ଯେ ମହାଭାରତ

ରାମ ରୂପ ଧରି ରାବଣ ମାରିଲ

କାଳିଆ କାହ୍ନୁ ତୁମେତ !

ଉତ୍ତର ଦିଅହେ


ଶେଷ କାଳେ ମୁଖେ କୃଷ୍ଣ ରାମ ନାମ

ଅବା ଗୁଞ୍ଜୁ ଜଗା ଜଗା

ଜଗା ମୋ ଠାକୁର କର ଅନୁଗ୍ରହ

ନ ଦେବୁ କାଳିଆ ଦଗା !

ଉତ୍ତର ଦିଅହେ


Rate this content
Log in

Similar oriya poem from Abstract