STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
236

ଫଗୁଣ ଜଣାଇ ଅବିଗୁଣ ଦେଇଛି ଶେଷ ଚିଠି 

ଅନେକ ଯାତନା ଭିତରେ ଜୀବନ ରହିବନି ଆଉ ଏଠି 

ନିଦାଘ ବରଷା କରେ ଲୋକହସା ତା ଜାଗା କୋଉଠି 

ଶ୍ରାବଣ ଶୁଣୁନି କିଛି ବି ବୁଝୁନି ଧରା ରେ ପକାଇ ଟିପି ଟିପି 

ଶରତ ଆସୁଛି ପାର୍ବଣ ବାସୁଛି ଦୁର୍ଗା ମାଆ ଆସେ ଛୁଟି 

ଫଗୁଣ ପିଆସୀ ଫୁଲେଇ ଅଳସୀ କିଏ ବୁଝୁଛି କୋଉଠି 

ଝରା ଶେଫାଳୀର ପତର ପଛରେ ଲେଖିକି ଚିଠି 

ଅବିମାନ ପୁଣି ତା ଗୁମାନ ଭରିଛି ପତରେ ଗୋଟି 

ପୂର୍ଣ୍ଣିମା ଜହ୍ନଟା ନେହୁରା ହୋଇକି ଅନୁନୟ କରେ କହିଲାକଟି 

କେମିତି ଜାଣୁନି ବୁଝୁନି ଫଗୁଣ ଲେଖୁଛି ଅଭିମାନେ ଚିଠି 

ସବୁ ଋତୁ ଲାଗେ ପରା ସଭିଙ୍କୁ ଫଗୁଣ ପରଶ ଭେଟି 

ରୁଷି ବସି ଲୁଚି ଯାଆନା ଫଗୁଣ ତତେ ଦିଏ ରାଣ ଟି 

ଟିକିଏ ରହ ସବୁ କଥା ତତେ କହିବି ଖୋଲି ଗୋଟି ଗୋଟି 

ତୋ ବିନା ସବୁ ରୁତୁ ଲାଗିବ ରଂଗହୀନ ପ୍ରଜାପତି ର ମୁଠି 

ତୁ ଥା ଏଇ ଧରଣୀ ଭିତରେ ରୁତୁ ରେ ରୁତୁ ରେ ଏଠି ସେଠି 

ଚିରିଦେଇ ଚିଠି ହସିଦେ ଫଗୁଣ ହସିବ ଧରା ଗୋଟି 

କେମିତି ଲେଖିଲୁ ଗଛରେ ପତ୍ରରେ ତୋର ସେ ପୁରୁଣା ଚିଠି 

କାନ୍ଦେ ତରୁଲତା କାନ୍ଦେ ବନଲତା ତତେ ନେବାକୁ ସାଉଁଟି 

ତୁ ତ ପିପାସୀ ଅଳପ ଦେ ହସି ମୋ ମନ ଓ ପରାଣ ତୋଠି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract