Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

4  

Ajit Kumar Raut

Tragedy

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
585



ଫଗୁଣ ବିତୁଛି ଆତୁରୀତ ମନ

ଦେଖିବି କିପରି ତତେ,

ରହି ଅଛୁ ଘରେ ସନ୍ତାନ ଧରିଣ

ଛୁଟି ମିଳୁ ନାହିଁ ମତେ ।


କାର୍ଯ୍ୟରୁ ଆସିଛି ବିଶ୍ରାମ କରୁଛି

ଲେଖୁ ଅଛି ଚିଠି ମୁହିଁ,

ଦୁର୍ଭାଗ୍ୟ ଟି ଦେଖ ହୀନ କପାଳିୟା

ଚିନ୍ତାରେ ଅଛିଟି ମୁହିଁ ।


ଫଗୁଣ ବିତୁଛି ଯାଇ ପାରୁ ନାହିଁ

ତୋର ରୂପ ନାଚେ ନେତ୍ରେ,

ଅସ୍ଥିର ହେଉଛି ମନ ପ୍ରାଣ ମୋର

ନାଚୁଛୁ ସର୍ବାଙ୍ଗ ଗାତ୍ରେ ।


ଅଦୃଶ୍ୟ ରୋଗର ତାଣ୍ଡବର ନୀଳା

ଆବିର୍ଭାବ ଦେଶ ମଧ୍ୟେ,

ମନା ହୋଇ ଅଛି ଯିବା ପାଇଁ କାହିଁ

କରୋନା ତାଣ୍ଡବ ମଧ୍ୟେ ।


ଚିଠି ଲେଖୁ ଅଛି ଅସ୍ଥିର ମନରେ

ଟେଲିଫୋନ କରୁ ନାହିଁ,

ହୃଦୟ ଯନ୍ତ୍ରଣା ଚିଠିରେ ଲେଖୁଛି

ଧ୍ୟାନ ଦେବୁ ପ୍ରୀୟେ ତହିଁ ।


କିପରି ଅଛନ୍ତି ସନ୍ତାନ ଆମର

କହି ଦେବୁ ଟେଲିଫନେ,

କିପରି ରହିଛୁ ବୁଝି ପାରୁ ନାହିଁ

ଚିଠିରେ ଲେଖିବୁ ଧ୍ୟାନେ ।


ଫଗୁଣ ବିତିଲା ଆଉ କେତେ ଦିନ

ରହିବାକୁ ହେବ ଏଠି,

କି ପରି ଦେଖିବି ତହରି ମୁଖକୁ

ଦୁଃଖିତ ମନ ମୋ ଏଠି ।


ସନ୍ତାନଙ୍କ ମୁଖ କିପରି ଦେଖିବି

ଝିଅ ହିଁ ଅଛିତ ଭଲ

ପୁଅ ରାମୁ ଆମ କିପରି ଅଛଟି

କହିବୁ ତାହାରି ଭଲ ।


ପୁଲକିତ କରେ ଫଗୁଣର ଦୃଶ୍ୟ

ହୀନ କପାଳିୟା ଆମେ,

ପ୍ରଭୁଙ୍କ ଭିଆଣ ଅଦୃଶ୍ୟ ସମସ୍ୟା

କଷ୍ଟ ଦେଉ ଅଛି କର୍ମେ ।


ଫଗୁଣ ବିତୁଛି ଆତୁରୀତ ମନ

ଦେଖିବି କିପରି ତତେ,

ରହି ଅଛୁ ଘରେ ସନ୍ତାନ ଧରିଣ

ଛୁଟି ମିଳୁ ନାହିଁ ମତେ ।


Rate this content
Log in

Similar oriya poem from Tragedy