STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
171

ବାତାୟନ ପାର୍ଶ୍ୱରେ ଚହଟୁଥିଲା 

ଯନ୍ତ୍ରଣାର ଅତରରେ ଭିଜା ବୀତସ୍ପୃହ ନିଶ୍ୱାସ 

ଆଉ ସବୁ ତିକ୍ତ ଅତୀତ ସ୍ପଷ୍ଟ ହୋଇଯାଉଥିଲା 

ସ୍ମୃତିର ଶୁଭ୍ର ଆଇନାରେ ନିଜ ଶୈଳୀରେ 

ଜୀବନ ଯେମିତି ପାଲଟିଯାଇଛି ପ୍ରତିକୂଳ ସ୍ରୋତରେ ସଂଘର୍ଷର ନାଆ ପରି ,

ହୃଦୟର ନିଭୃତ କୋଣରେ ଅହରହ ଅବିଶ୍ରାନ୍ତ ଝଡ 

ଆଖିରୁ ବହିଯାଉଛି ଅମାନିଆ ସ୍ରୋତ 

ଯେମିତି ସେଇ ନଇ ବହି ବହି ସବୁ ବିଷାଦକୁ ପୋଛିଦେବାର ଦୃଢ଼ ସଂକଳ୍ପ ନେଇଛି 

ମନ ମୋର ସବୁକିଛି କଣ୍ଢେଇଧରି ଚିତ୍କାର କରୁଛି ବିଳାପର ରାଗିଣୀରେ ଭିଜା ଛନ୍ଦରେ ।।


ମିଥ୍ୟ।ର ଶିଳାରେ ସତ୍ୟର ବିଫଳ ସନ୍ଧାନ କରି କରି 

ଖୋଜି ପାଇଛି ହଜିଲା ସତ୍ୟକୁ ନିରୋଳା ଅନ୍ଧାରରେ 

ଶେଷ ନିଷ୍ପତ୍ତି ଆଜି ମୁଣ୍ଡ ଟେକିଛି ମୋ ତତଲା ନିଶ୍ୱାସର ଅନ୍ତରାଳେ 

ମୋ ଜୀବନ ଇତିହାସର ଶେଷ ପୃଷ୍ଠାରେ ଯେମିତି ଆଙ୍କି ହେଉ ଅନାଥାଶ୍ରମ ଏବଂ ଵୃଦ୍ଧାଶ୍ରମର କିଛି ସ୍ମୃତି 

ଆଉ ମୁଁ ଜୀବନକୁ ଆଉ ଥରେ ଜାଣିବାର ପ୍ରୟାସ କରୁଥିବି 

ସେମାନଙ୍କ ମଧ୍ୟରେ ଲୁଚିରହିଥିବା ରୁକ୍ଷ ବାସ୍ତବତା ମଧ୍ୟରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy