STORYMIRROR

Durjyodhan Barik

Romance Tragedy

2  

Durjyodhan Barik

Romance Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
131


ପିଲା ବେଳେ ଦୁହେଁ ସାଙ୍ଗ ହେଉଥିଲୁ

ବୁଲୁଥିଲେ ସାଙ୍ଗ ହୋଇ,

ବର ବଧୂ ଖେଳ ମିଛ ବାହାଘର

ମିଛ ପତି ପତ୍ନୀ ହୋଇ ।

 ବର୍ଷା ଭିଜା ସନ୍ଧ୍ୟା ବେଳରେ ସେ ଗୋରି

ମନ ଚୋରି କଲା ମୋର,

ଝରକା ସେପାଖୁ ମୁହିଁ ଦେଖୁଥିଲି

ଭିଜା ଭିଜା ତନୁ ତାର ।

ବିଜୁ ଘଡଘଡି ସାଙ୍ଗରେ ବରଷା

ବିଜୁଳି ବି ଲିଭିଗଲା,

ଭିଜା ଭିଜା ସେହି ତନୁରେ ସେ ଗୋରି

ମୋର ଘରେ ଆସି ଗଲା ।

ଦୁହିଁଙ୍କର ମନ ମିଶିଲା ସେ ଦିନ

ସ୍ଥିରକଲୁ ଵିଭା ହେବା,

ପତି ପତ୍ନୀ ହୋଇ କରିବା ସଂସାର

ଏକୁ ଆନ ନଛାଡିବା ।

ଆଜି କିନ୍ତୁ ସିଏ ଅନ୍ୟ ହାତ ଧରି

ମୋତେ କରି ଗଲାଏକା,

 ବିରହ ରେ ତାର ଭୋଗୁଛି ଯନ୍ତ୍ରଣା

ହୃଦୟେ ଶକତ ଧକ୍କା ।

ସେଥିପାଇଁ ମୁହିଁ ଘର ଛାଡ଼ି ଦେଇ

ଏହି ଠାରେ ବସିଅଛି ,

ବିବେକ ସହିତ ମନ ମିଶୁନାହିଁ

ଭାବି ପାରୁନାହିଁ କିଛି ।

ବିବେକ ଓ ମନ ଏକ ହୋଇ ଗଲେ

ହୋଇବ ମୋର ନିଷ୍ପତ୍ତି,

ତା ବିହୁନେ ମୁହିଁ ପ୍ରାଣ ତ୍ଯାଗି ଦେବି

ଏହାହିଁ ଶେଷ ନିଷ୍ପତ୍ତି ।


Rate this content
Log in

Similar oriya poem from Romance