STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ଶେଷ ନିଷ୍ପତି

ଶେଷ ନିଷ୍ପତି

1 min
172

ଦୁନିଆ ବୁକୁରେ ଚଳିଵା ପାଇଁକି

ଅନେକ ନିଷ୍ପତ୍ତି ନେଇଛି,

ସବୁ ନିଷ୍ପତ୍ତିରେ ଅସଫଳ ହୋଇ

ଜୀବନଯାପନ କରୁଛି।।

ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀ

ପଢ଼ିଛି ମୁଁ ଦେଇମନ,

ତଥାପି ଜୀବନେ ସଫଳ ହେବାକୁ

ଲାଗୁଅଛି ବେଶିଦିନ।।

ଜୀବନରେ ମୋର ଅଶାନ୍ତି ପୂରିଛି

ଶାନ୍ତ ରହୁ ନାହିଁ ମନ,

ସେଥି ପାଇଁ ମନ ସ୍ଥିର ରହୁନାହିଁ 

ଦୁଃଖରେ କଟୁଛି ଦିନ।।

ଶେଷରେ ଭେଟିଲି ସାଧୁ ମହାତ୍ମାଙ୍କୁ

ଦେଲେ ଦିବ୍ୟଜ୍ଞାନ ମୋତେ,

ସେହି ଦିବ୍ୟଜ୍ଞାନ ପ୍ରାପ୍ତ ହେଲା ପରେ

ଜାଣିଲି ମୁଁ କିଏ ସତେ।।

ପିତା ମାତା ଦୁଃଖୀ ଦରିଦ୍ରଙ୍କ ସେବା

କରିବାକୁ ଆଜ୍ଞା ଦେଲେ,

ଆଧ୍ୟାତ୍ମିକ ପଥେ ରହି ସାଧୁ ସଙ୍ଗ

କରିବାକୁ ଆଦେଶିଲେ।।

ଶେଷରେ ନିଷ୍ପତି କରିଲି ଜୀବନେ

ମାନିବି ସାଧୁଙ୍କ କଥା,

ଦୁଃଖୀ ରଙ୍କି ସେବା କରିବି ଜୀବନେ

କରି ପିତା ମାତା ସେବା।।

ସେହି ଦିନଠାରୁ ଜୀବନଟି ମୋର

ହୋଇଛି ଆନନ୍ଦମୟ,

ସେ ଶେଷ ନିଷ୍ପତି କେତେ ମୂଲ୍ୟବାନ

ବଦଳାଇ ଦେଲା ମୋ ଜୀବନର ଗତିପଥ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract