ଶେଷ କବିତା
ଶେଷ କବିତା
ବର୍ଷା ରେ ବାୟା ପକ୍ଷୀ ର ବସା ଯେମିତି
ଫଟା ମାଟି ରେ ଅନ୍ନ ଚିନ୍ତା ଯେମିତି
ଯେମିତି ପିପାସୀ ଦେହ ର ଛିନ଼ ଛତ୍ର କାଣ୍ତ
ଯେମିତି ମୋ ଗର଼ବୀ ହୃଦୟ ର ପ୍ରକୃତ
ଅସହାୟତା
ଯେମିତି ସମୟ କାହା ପ୍ରତି କୃପଣ ହୁଏନି
ଚିହ୍ନାଇ ଦିଏ ନଷ୍ଟ ଗତିଧାରା ର
ନକଲି ରଜା ପଣିଆକୁ
ଜାଣି ପାରି ନାହିଁ _ମୂଢ଼ ପଣିଆ
ଅନ୍ତଃ ବଳୟ ର ଶୀର୍ଷ ସ୍ପଶ ପାଇଁ ହିଁ
ଏତେ ସବୁ ଗହଳି
ଅଜଣା ସେ ମଂଚ କାହିଁ
କେତେ ଦୂର
ତରଳୁ ଥିବା ସ୍ୱର କାହିଁ
ଯେପରି ତରଂଗ ର ଶେଷ ବିଂଦୁ
ଯେପରି ଦୁଃଖ ର ଅକୁହା ଢୋକ
ଯେମିତି ମୋ ଆରମ୍ଭ ର ଆରମ୍ଭ
ସେମିତି ମୁଁ ଠିଆ
ଶେଷ ବିଂଦୁ ର
ହଲ଼ ଚଲ଼ ରେ
