ଶେଷ ଇଚ୍ଚା
ଶେଷ ଇଚ୍ଚା
ଜାଣିନି ମୁଁ ମୋର ଇଚ୍ଛା ପୂରଣ ହେବ କି ନାହିଁ
ମୋର ଏହି ଶେଷ ମୂହୁର୍ତ୍ତଟି
ମୋ ମାଁ କୋଳରେ ରହି ଶେଷ ନିଶ୍ବାସ ତ୍ଯାଗ କରିବାକୁ
ଚାହେଁ
ହେଲେ କଣ ମୋର ଏହି ଇଚ୍ଛା ପୂରଣ ହେବ ତ
ମନଟା ବ୍ଯାକୁଳ ହେଉଛି
ଭାରି ବ୍ଯସ୍ତ ଲାଗୁଚି କାରଣ ମୋ ମାଁ ଏପ୍ରର୍ଯ୍ଯନ୍ତ ମୋ ପାଖରେ ପହଞ୍ଚି ନାହାନ୍ତି
ମନରେ ଭଗବାନଙ୍କୁ ଆନ୍ତରିକତା ସହ ପ୍ରାର୍ଥନା କଲି
ହଠାତ୍ ଦେଖିଲା ବେଳେ ମୋ ମାଁ ମୋ ପାଖରେ ଅଛନ୍ତି
ମୁଁ ଆଜି ଭାରି ଖୁସି
ଭଗବାନଙ୍କୁ ମୋର କୋଟି ପ୍ରଣାମ
ମୋର ଇଚ୍ଚାକୁ ପୂରଣ କରିଛନ୍ତି
