STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ଶେଷ ହୀନ..

ଶେଷ ହୀନ..

1 min
268

ଏ ନିଶା ଗର୍ଜୁଛି..

ବିକ୍ରମ ବେତାଳ,

ନିରଙ୍କୁଶ ପ୍ରେତ,

ଅପରାହତ,

ଅନବରତ,କିଂତୁ,

ଅଶରୀର ନୁହେଁ,

ସଶରୀର..!

ପ୍ରତି ଅଙ୍ଗ,ପ୍ରତ୍ୟଙ୍ଗ,

ଅତ୍ର,ତତ୍ର,ସର୍ବତ୍ର,

ସର୍ବାଙ୍ଗ,ସର୍ବ ସତ୍ର,

ଆପାଦ ମସ୍ତକ,

ଶିରା, ପ୍ରଶିରା,

ଅନୁଲୋମ,ଵିଲୋମ,

ଲୋମ,ପ୍ରତିଲୋମ,

ଦେହ,ବିଦେହ,ପ୍ରଦେହ,

ପ୍ରକାଶ୍ୟ,ଅପ୍ରକାଶ୍ୟ,

ପରିପ୍ରକାଶ ଯୁକ୍ତ 

ନିରନ୍ତର ସ୍ରୋତ..!

କେବେ ଛାୟାମାନ,

ଚଳ ଚିତ୍ର,ଦେଦୀପ୍ୟ,

କେବେ ଭାସମାନ,

ସ୍ଥିର ଚିତ୍ର,ପ୍ରାବଲ୍ୟ,

ପୁଣି କେବେ ସୁଦୃଶ୍ୟ,

ବେଗବାନ ତୈଳଚିତ୍ର

ସଦା ଅନିୟନ୍ତ୍ରିତ

ସତ୍ତା,ଚରି ଯାଏ,ସୁକ୍ଷ୍ମ,

ଅତି ସୁକ୍ଷ୍ମ,ସୂକ୍ଷ୍ମାତି ସୁକ୍ଷ୍ମ

ଅସ୍ତିତ୍ୱ,ଅବୟବ,ତଥା 

ନିର୍ନିମେଷ ଆତ୍ମ ସତ୍ତା,

ଉଦବୃତ୍ତ ଭାବାବେଗ

ରୂପକ ସମାନ୍ତରାଳ

ରୂପ ରେଖ, ପ୍ରତିରୂପ,

ସତରେ ଏ ସବୁ କଣ

କେଉଁ ଛାୟା ଚିତ୍ରର

ଉଦ୍ଭ୍ରାନ୍ତ ଇତିବୃତ୍ତ ନା,

ଅନିଶ୍ଚିତ ଅସ୍ୱାଭାବିକ 

ଚିତ୍ତ ଅଵଗୁଣ୍ଠନ..?

କେଉଁ ଵୟୋପ୍ରାପ୍ତ,

କ୍ଷୁଧିତ ଆତ୍ମ ପିପାସା,

ନାଁ,ଭୁଲୁଣ୍ଠିତ ଅସମାହିତ

ଚିର ଆକାଂକ୍ଷିତ

ଅବସମ୍ଭବ ନିଶା,

ଏ ନିଶା କଣ କାହାକୁ 

ଖୋଜିବାର,ନାଁ 

କାହାକୁ ପାଇ ବାର,

ଅବଦମିତ ଅଭିପ୍ସା,

ଏ ପାଇବାର ରାସ୍ତା

ଖୋଜୁ ଖୋଜୁ କେବେ 

ଦିଗହଜା ନିୟନ୍ତ୍ରଣ,

ସତରେ ଏ ସବୁ କଣ

ପରିବର୍ତ୍ତିତ ସମୟର

ଶେଷ ଅବଶୋଷ,ନାଁ,

ଶେଷ ହୀନ ଆସ୍ଥା,

ନିଶ୍ଚିତ ଅବଶେଷ..!

ଇନ୍ଦ୍ରଧନୁର ରଂଗ..🌷



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance